ତମେ
ତମେ
" *ସକଳେ ଡାକନ୍ତି ତମେ ତମେ ବୋଲି*
*ସେ ତମେ ର ମୂଲ୍ୟ ନାହିଁ*
*ତମେ ଯେବେ ମୋତେ ତମେ ବୋଲି କୁହ*
*ଏତେ ମିଠା ଲାଗେ କାହିଁ ?*"
(ଧୂପ-ମାୟାଧର ମାନସିଂହ)
ତୁମରି ଅଧର ସ୍ପର୍ଶ ପାଇ ସେଇ
ତମେ ଲାଗେ ମଧୁଝରା
ସେ ମଧୁ ପାନରେ ମିଳେ ଯେଉଁ ସୁଖ
ମନ ହୁଏ ଆତ୍ମହରା।
ତମ ଆତ୍ମୀୟତା ମନପ୍ରାଣେ ମୋର
ଭରିଦେଇଛି ଯା' ସୁଖ
ସେଇ ସୁଖଟିକ ଛଡ଼ାଇ ନେବନି
ନ ହେବ ମୋ ଠୁ ବିମୁଖ।
ତମେ ଖାଲି ତମେ ମୋହରି କାମନା
ନ ଲୋଡ଼େ ଆନ ପ୍ରାଚୂର୍ଯ୍ୟ
ଅପେକ୍ଷାରେ ଥିବି ତମ ପ୍ରେମ ପାଇଁ
ମନେ ବାନ୍ଧି ମୋର ଧୈର୍ଯ୍ୟ।
ତମକୁ ତମଠୁ ଚୋରାଇ ନେବି ମୁଁ
ପୀରତି ମଧୁ ଚଖାଇ
ତମେ ବି କହିବ ତମବିନୁ ପ୍ରିୟ
କ୍ଷଣେ ରହି ନ ପାରଇ।

