ବେସାହାରା ପଥିକ
ବେସାହାରା ପଥିକ


ପ୍ରେମର ବାଟରେ ପାଦ ଥାପୁ ଥାପୁ
ମୋତେ ଏକା କରିଦେଇ ଚାଳିଗଲ
ଜଳ ବିନା ବୃକ୍ଷ ବଞ୍ଚିବ କେମିତି
ଆଗ ପଛ କିଛି ନ ବିଚାରି
ବୃକ୍ଷ ଠାରୁ ନୀର ଅଲଗା କରିଲ
ଏତେ ସ୍ୱାର୍ଥ ପର ତୁମେ କେମିତି ସାଜିଲ
ନିଜ ତୃଷ୍ଣା ମେଣ୍ଟିବାରୁ ମୋତେ ଏକା କଲ
ପ୍ରେମର ପଥରେ ପାଦ ଥାପୁ ଥାପୁ
ମୋତେ ଏକା କରିଦେଇ ତୁମେ ଚାଲିଗଲ
ଦିଗହରା ବାଟୋଇ ର ପାଥେୟ ହୋଇଲା
ନୂଆ ବନ୍ଧୁଟିଏ ଆଶିଯେ ମିଳିଲା
ଅଜଣା ବନ୍ଧୁକୁ ମୋର ପ୍ରିୟ ବନ୍ଧୁ କଲି
ମନର ମଣିଷକୁ ମୋର ହୃଦୟରୁ କାଢ଼ିଲି
ସୁଖ ଦୁଃଖ ର ସାଥି ହୋଇ ମୋ ସହ ଚାଲିଲା
ଅବାଟକୁ ଯିବାପାଇଁ ବାରଣ କରିଲା
ବନ୍ଧୁତାର ସେନେହରେ ମୋତେ ବାନ୍ଧିଦେଲା
ବେସାହାରା ବାଟୋଇ ର ବାଟୋଇ ସାଜିଲା
ପ୍ରେମର ପଥରେ ପାଦ ଥାପୁ ଥାପୁ
ମୋତେ ତୁମେ ଏକା କରି ଚାଲିଗଲ