ସ୍ୱପ୍ନ ରାଇଜ
ସ୍ୱପ୍ନ ରାଇଜ
ଚାଲିଯିବା ସେଇ ସ୍ୱପ୍ନ ର ଅଫେରା ରାଇଜକୁ
ଯେଉଁଠି ମଜିଯିବା ଦୁହେଁ ପ୍ରେମର ଗଭୀରତାକୁ
ସ୍ମୃତି ଆଇନାରେ ଯେଉଁ ସବୁ ସ୍ମୃତି ଉଙ୍କି ମାରୁଥିଲେ
ପ୍ରେମର ଗଭୀରତର ସ୍ମୃତି ମାନ ସବୁ
ଉଦ୍ଭାସିତ ହେଲେ
ପ୍ରେମ ନିରପେକ୍ଷେ ତାର ଗଭୀରତ ସାପେକ୍ଷେ
ଅତଡ଼ାଏ ରଙ୍ଗ ମାଖି ରଂଗାୟିତା ହେବାର ଥାଏ ଆପେକ୍ଷେ
ନିରେଖି ଦେଖିଲି ସେହି ଅଫେରା ରାଇଜରୁ
ସ୍ବେଦଶିକ୍ତ ପ୍ରଗାଢ୍ୟ ଲାଲ ଗୋଲାପ ପରି ତୁମେ ମୋତେ ପ୍ରେମକର
ପ୍ରେମର ସ୍ମୃତି ମାନ ମାନସ ପଟେ ସାଇତିଛି
ନବାକ୍ଷରୀ ଛନ୍ଦପରି ମୋ ହୃଦୟର କାଗଜରେ
ତୋ ପ୍ରେମର ଗାଥା ସ୍ମୃତି କୁ ଲେଖନୀ ସାଜି
ଆରମ୍ଭରୁ ଅନ୍ତଯାଏଁ ଲେଖି ସାରିଛି
ଲେଖନୀର ଅନ୍ତ ଭାବନାର କଳ୍ପିତ
କେଉଁଠି ବିଚ୍ଛେଦ ହେବ ତାହା କହିବ ଭବିଷ୍ୟତ
ଭବିଷ୍ୟତ ର ଆଗାମୀ ସମୟକୁ
କରିନାହିଁ ମୁଁ ଆବାହନ
କେବେ ଅବା କେଉଁ ମୁହୂର୍ତ୍ତେ କଣ ଘଟିବ
ଆକଳନ ନକରି ହୋଇନାହିଁ ମୁଁ ପଥହୀନ
ଅଫେରା ରାଇଜର ଅଫେରା ସ୍ୱପ୍ନମାନ
ନିଜର କର୍ମଫଳେ କର୍ମ କଲେ
ଶେଷେ ଅନ୍ତ ଘଟିବ ସ୍ୱପ୍ନର ପଥମାନ
ସ୍ୱପ୍ନର ଉଚ୍ଚତର ପର୍ବତେ
ଦଣ୍ଡାୟମାନ ହୋଇ
ଲୋଭ ମୋହ ମାୟାର ବଶବର୍ତ୍ତୀ ନହୋଇ
କର୍ମ କରିଚାଲିବ ଯାହା
ଭବିଷ୍ୟତ ନିର୍ଦ୍ଧିଷ୍ଟ କରଇ
