ରଜ
ରଜ
ରଜରେ ରଜ
ବରଷକେ ଥରେ ଆସିଛି ରଜ
ରଙ୍ଗ ରଙ୍ଗିଆ ଯାମା ପିନ୍ଧିବା
ହସ ଖୁସିରେ
ରଜ ପରବ ପାଳିବା
ପୋଡ଼ ପିଠା ଏଣ୍ଡୁରି
ଭଳି ଭଳି କା ପିଠା ଖାଇବା
ବାଉଁଶ ଦୋଳିରେ ଝୁଲି ଝୁଲି କା
ସମସ୍ତଙ୍କୁ ଆମେ ହସାଇ ଦେବା
ହସି ହସି ଆମେ ସମସ୍ତ ମନରେ
ହାସ୍ୟର ନୀଡ ରଚିବା
ଜାତି ବର୍ଣ୍ଣ ଭେଦ ଭାବ ନ ରଖି
ସଭିଏଁ ମିଶି ରଜ ପାଳିବା
ତିନିଦିନର ରଜକୁ ଖୁସିରେ ପାଳିବା
ପୁଚି ଖେଳର ମନୋରଞ୍ଜନରେ
ରଜ ତିନି ଦିନ
ପାଳିବା ଆମେ ହସ ଖୁସିରେ
ମନ ମଉଜରେ ପାନ ଖାଇବା
ପାନ ଖାଇ ଖାଇ ପାଟି ନାଲିକରିବା
ପୁଅମାନଙ୍କର କବାଡି
ସାଙ୍ଗକୁ ବାଗୁଡ଼ି ଖେଳ
ତାସ ଖେଳର ଆସର ଜମିବ
ସଭିଏଁ ଆସି ଏକଇ
ଜାଗାରେ ହୋଇବେ ଠୁଳ
ଆମ୍ବ ତୋଟାର ଗହନ ବଣରେ
କୁଞ୍ଜ କାକଳିର ସୁମଧୁର ତାନେ
ଖୁସିରେ ଖୁସିରେ ପାଳିବା ରଜ
ସାଥି ସାଙ୍ଗ ହୋଇ
କରିବା ମଉଜ ।
