STORYMIRROR

Sudesna Swain

Inspirational

4  

Sudesna Swain

Inspirational

ରଜ

ରଜ

1 min
162


ରଜରେ ରଜ

ବରଷକେ ଥରେ ଆସିଛି ରଜ

ରଙ୍ଗ ରଙ୍ଗିଆ ଯାମା ପିନ୍ଧିବା

ହସ ଖୁସିରେ

ରଜ ପରବ ପାଳିବା

ପୋଡ଼ ପିଠା ଏଣ୍ଡୁରି

ଭଳି ଭଳି କା ପିଠା ଖାଇବା

ବାଉଁଶ ଦୋଳିରେ ଝୁଲି ଝୁଲି କା

ସମସ୍ତଙ୍କୁ ଆମେ ହସାଇ ଦେବା

ହସି ହସି ଆମେ ସମସ୍ତ ମନରେ

ହାସ୍ୟର ନୀଡ ରଚିବା

ଜାତି ବର୍ଣ୍ଣ ଭେଦ ଭାବ ନ ରଖି

ସଭିଏଁ ମିଶି ରଜ ପାଳିବା

ତିନିଦିନର ରଜକୁ ଖୁସିରେ ପାଳିବା

ପୁଚି ଖେଳର ମନୋରଞ୍ଜନରେ

ରଜ ତିନି ଦିନ

ପାଳିବା ଆମେ ହସ ଖୁସିରେ

ମନ ମଉଜରେ ପାନ ଖାଇବା

ପାନ ଖାଇ ଖାଇ ପାଟି ନାଲିକରିବା

ପୁଅମାନଙ୍କର କବାଡି

ସାଙ୍ଗକୁ ବାଗୁଡ଼ି ଖେଳ

ତାସ ଖେଳର ଆସର ଜମିବ

ସଭିଏଁ ଆସି ଏକଇ

ଜାଗାରେ ହୋଇବେ ଠୁଳ

ଆମ୍ବ ତୋଟାର ଗହନ ବଣରେ

କୁଞ୍ଜ କାକଳିର ସୁମଧୁର ତାନେ

ଖୁସିରେ ଖୁସିରେ ପାଳିବା ରଜ

ସାଥି ସାଙ୍ଗ ହୋଇ

କରିବା ମଉଜ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational