STORYMIRROR

Sudesna Swain

Inspirational

3  

Sudesna Swain

Inspirational

ଶ୍ରାବଣୀ କନ୍ୟାର ଦି ଟୋପା ଲୁହ

ଶ୍ରାବଣୀ କନ୍ୟାର ଦି ଟୋପା ଲୁହ

1 min
172


ହଁ ମୁଁ ଗୋଟେ ଶ୍ରାବଣୀ କନ୍ୟା 

ଭିଜା ଦେହ ମୋର ଅଟେ ଅନନ୍ୟ 

ଅସ୍ପୃଶ୍ୟ ମୁଁ ସମାଜ ଆଖିରେ 

ଆହା କରିବାକୁ ସାହା ହୋଇବାକୁ 

ଆଦରି ନେବାକୁ 

ସଭ୍ୟ ଦୁନିଆରେ ନାହାନ୍ତି ମୋର ଯେ କେହି 

ଅଦିନିଆ ଝଡ ଆସଇ ଜୀବନେ ମୋର 

ନିସପେଶି ତାର କୋହ 

ମୋ ଆଖିର ଦି ଧାର ଲୁହ 

ସତେକି ଆସିବ ବନ୍ୟା

ମୁଁ ଅଟେ ସେ ଶ୍ରାବଣୀ କନ୍ୟା 

ଶ୍ରାବଣୀ କନ୍ୟା ଭାବି ସମସ୍ତେ ମୋତେ 

ନିଜଠାରୁ ଦୁରେଇ ବସିଲେ 

ଯିଏ ବି ଦଶମାସ ଦଶ ଦିନ 

ଗରଭେ ରଖିଥିଲା 

ଶେଷେ ଜନ୍ମ ଦେଇ ମୋତେ 

ଅଳିଆ ଗଦାରେ ନେଇ ପକାଇଲା 

କେଉଁ ଜନମରେ କି ଦୋଷ କରିଥିଲି 

ସଦ୍ୟ ନବଜାତ ଶିଶୁ କନ୍ୟାକୁ ନେଇ 

ମାନବତାକୁ ଭୁଲି ରକ୍ଷକ ନ ସାଜି 

ଭକ୍ଷକ ଆଗେ ମୋତେ ନେଇ ଫୋପାଡ଼ିଦେଲା 

ନାରୀଟିଏ ସତେ କେଡେ ଅଭାଗିନୀ 

ନିଜସ୍ୱର ବୁଦ୍ଧିକୁ ସେ ଵିଚାରୁନି ଅନ୍ୟର କଥାରେ ନିଜର ଇଛାକୁ ମାରିଦେଇ 

ସେ ବି ହୃଦୟଙ୍ଗମ କରୁନି 

କୋଉ ଜନନୀର ସେ ବି ଥିଲା 

ଗେଲ୍ହା ସୁନାନାକୀ ଦୁଲଣୀ 

ରଜନୀର ନିଶା ଗରଜୁ ଥିବ 

ମାନବ ଓ ଜନମାନସର କୋଳାହଳ ଶୁଭୁ ନଥିବ 

ରାଜ ରାସ୍ତାର ପଥିକ ସାଜି ନାରୀଟିଏ 

ଏକା ଯିବା ପାଇଁ ଅମଙ୍ଗ ହେଉଥିବ 

ମନରେ ଯେତେ ଦୃଢ ବିଶ୍ୱାସ ସଂଚାରିଲେବି 

ନର ରାକ୍ଷସର ଭକ୍ଷକ ହେଵା ଡରରେ 

ନିଜ ବିଶ୍ୱାସକୁ ପାଦରେ ଏଡାଇ ଦେଇ 

ଆମ ଦେଶ ଏବେ ଯାଏଁ ବି 

ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନତା ପାଇନି 

ସ୍ୱାଧୀନତା ପାଇଲେବି ପୂର୍ଣ୍ଣ ରୂପେ ତାହା 

ମାନବ ସମାଜରେ ହୃଦଙ୍ଗମ ହୋଇଛି 


ଯେବେ ନାରୀଟିଏ ରାତ୍ରିର ନିଶାର୍ଦ୍ଧରେ 

ରାଜ ରାସ୍ତାର ପଥରେ ଏକା ଚାଲିଯିବାର 

ସାହାସ ଓ ଦୃଢ ବିଶ୍ୱାସ ସଞ୍ଚାରିବରେ 

ସେହିଦିନ ଆମେ ଜାଣିରଖିବା ଯେ ଆମେ ପୂର୍ଣ୍ଣ ରୂପେ ସ୍ୱାଧୀନତା ପାଇଲେ ଯେ 

ଶ୍ରାବଣୀ କନ୍ୟାର ଦି ଟୋପା ଲୁହ 

ଏ ଦି ଟୋପା ଲୁହର ମୂଲ୍ୟକୁ 

ଏ ମାନବ ଓ ଜନସମାଜ କେବେ ବୁଝିବ କୁହ 

ଯେତେ ଶୀଘ୍ର ସେ ବୁଝି ବସିବ 

ସେହି ଦିନଠାରୁ ମାନବ ସମାଜ 

ରାମ ରାଜ୍ୟରେ ପରିଣତ ହୋଇବ 

ସ୍ନେହ ବିଶ୍ୱାସ ଭରସା ଓ ହାସ୍ୟର ଲହରୀରେ 

ସମସ୍ତଙ୍କୁ ଭସାଇ ଦେଇ 

ସଭିଙ୍କୁ ଏକୋଇ ଜାଗାରେ ମିଳନ କରିବାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational