ଶ୍ରାବଣୀ କନ୍ୟାର ଦି ଟୋପା ଲୁହ
ଶ୍ରାବଣୀ କନ୍ୟାର ଦି ଟୋପା ଲୁହ


ହଁ ମୁଁ ଗୋଟେ ଶ୍ରାବଣୀ କନ୍ୟା
ଭିଜା ଦେହ ମୋର ଅଟେ ଅନନ୍ୟ
ଅସ୍ପୃଶ୍ୟ ମୁଁ ସମାଜ ଆଖିରେ
ଆହା କରିବାକୁ ସାହା ହୋଇବାକୁ
ଆଦରି ନେବାକୁ
ସଭ୍ୟ ଦୁନିଆରେ ନାହାନ୍ତି ମୋର ଯେ କେହି
ଅଦିନିଆ ଝଡ ଆସଇ ଜୀବନେ ମୋର
ନିସପେଶି ତାର କୋହ
ମୋ ଆଖିର ଦି ଧାର ଲୁହ
ସତେକି ଆସିବ ବନ୍ୟା
ମୁଁ ଅଟେ ସେ ଶ୍ରାବଣୀ କନ୍ୟା
ଶ୍ରାବଣୀ କନ୍ୟା ଭାବି ସମସ୍ତେ ମୋତେ
ନିଜଠାରୁ ଦୁରେଇ ବସିଲେ
ଯିଏ ବି ଦଶମାସ ଦଶ ଦିନ
ଗରଭେ ରଖିଥିଲା
ଶେଷେ ଜନ୍ମ ଦେଇ ମୋତେ
ଅଳିଆ ଗଦାରେ ନେଇ ପକାଇଲା
କେଉଁ ଜନମରେ କି ଦୋଷ କରିଥିଲି
ସଦ୍ୟ ନବଜାତ ଶିଶୁ କନ୍ୟାକୁ ନେଇ
ମାନବତାକୁ ଭୁଲି ରକ୍ଷକ ନ ସାଜି
ଭକ୍ଷକ ଆଗେ ମୋତେ ନେଇ ଫୋପାଡ଼ିଦେଲା
ନାରୀଟିଏ ସତେ କେଡେ ଅଭାଗିନୀ
ନିଜସ୍ୱର ବୁଦ୍ଧିକୁ ସେ ଵିଚାରୁନି ଅନ୍ୟର କଥାରେ ନିଜର ଇଛାକୁ ମାରିଦେଇ
ସେ ବି ହୃଦୟଙ୍ଗମ କରୁନି
କୋଉ ଜନନୀର ସେ ବି ଥିଲା
ଗେଲ୍ହା ସୁନାନାକୀ ଦୁଲଣୀ
ରଜନୀର ନିଶା ଗରଜୁ ଥିବ
>ମାନବ ଓ ଜନମାନସର କୋଳାହଳ ଶୁଭୁ ନଥିବ
ରାଜ ରାସ୍ତାର ପଥିକ ସାଜି ନାରୀଟିଏ
ଏକା ଯିବା ପାଇଁ ଅମଙ୍ଗ ହେଉଥିବ
ମନରେ ଯେତେ ଦୃଢ ବିଶ୍ୱାସ ସଂଚାରିଲେବି
ନର ରାକ୍ଷସର ଭକ୍ଷକ ହେଵା ଡରରେ
ନିଜ ବିଶ୍ୱାସକୁ ପାଦରେ ଏଡାଇ ଦେଇ
ଆମ ଦେଶ ଏବେ ଯାଏଁ ବି
ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନତା ପାଇନି
ସ୍ୱାଧୀନତା ପାଇଲେବି ପୂର୍ଣ୍ଣ ରୂପେ ତାହା
ମାନବ ସମାଜରେ ହୃଦଙ୍ଗମ ହୋଇଛି
ଯେବେ ନାରୀଟିଏ ରାତ୍ରିର ନିଶାର୍ଦ୍ଧରେ
ରାଜ ରାସ୍ତାର ପଥରେ ଏକା ଚାଲିଯିବାର
ସାହାସ ଓ ଦୃଢ ବିଶ୍ୱାସ ସଞ୍ଚାରିବରେ
ସେହିଦିନ ଆମେ ଜାଣିରଖିବା ଯେ ଆମେ ପୂର୍ଣ୍ଣ ରୂପେ ସ୍ୱାଧୀନତା ପାଇଲେ ଯେ
ଶ୍ରାବଣୀ କନ୍ୟାର ଦି ଟୋପା ଲୁହ
ଏ ଦି ଟୋପା ଲୁହର ମୂଲ୍ୟକୁ
ଏ ମାନବ ଓ ଜନସମାଜ କେବେ ବୁଝିବ କୁହ
ଯେତେ ଶୀଘ୍ର ସେ ବୁଝି ବସିବ
ସେହି ଦିନଠାରୁ ମାନବ ସମାଜ
ରାମ ରାଜ୍ୟରେ ପରିଣତ ହୋଇବ
ସ୍ନେହ ବିଶ୍ୱାସ ଭରସା ଓ ହାସ୍ୟର ଲହରୀରେ
ସମସ୍ତଙ୍କୁ ଭସାଇ ଦେଇ
ସଭିଙ୍କୁ ଏକୋଇ ଜାଗାରେ ମିଳନ କରିବାରେ ।