STORYMIRROR

Sudesna Swain

Others

2  

Sudesna Swain

Others

ପ୍ରେମର ନିଶା

ପ୍ରେମର ନିଶା

1 min
108


ପ୍ରେମର ନିଶା ଅଟେ ଭାରି କସା

ଅଁଳା ହରିଡ଼ା ବାହାଡା ପରି

ସ୍ୱାଦତାର ହୁଏ ସବୁଦିନ ପାଇଁ କଷା

ସ୍ୱାଦ ପାଇଁ ସେ ଭାରି ବିରକ୍ତି କର

ଶରୀରର ଗହୋର ପାଇଁ ସେ ଅତି ଦାମିକର

ପ୍ରେମର ବାରିଧାରା କେଉଁଠି ଓ

କେଉଁଠାରେ ମୁଶଳ ଗତିରେ ବରଷେ

ବନ୍ଧ ବାଡ ନମାନୀ ସେ ଆଗେଇଯାଏ

ନିଜସ୍ୱ ମନର ହରଷେ

ଜାଣିଥାଇ ବି ନ ଜାଣିବା ପରିହୋଇ

ଦୃଷ୍ପାପ୍ୟ ପଥରେ ପାଦ ଥାପିଦେଇ

ପଛ ଘୁଞ୍ଚା ନଦେଇ ସେ

କୁକର୍ମର ପଥ ନିଏ ଆପଣେଇ

କୁ କର୍ମକୁ ସୁ କର୍ମର ଦ୍ୱାହିଦେଇ

ଆଗେଇ ଚାଲେ ସେ

ନିଜ ବିଶ୍ଵରେକୁ ସମ୍ନାନ ଦେଇ

ନିଜ ବିଶ୍ଵରେକୁ ସମ୍ନାନ ଦେଇ

ଅନ୍ୟ ହାତେ ବିକ୍ରି କରେ

ନିଜସ୍ୱ ଲଜ୍ୟାକୁ

ନିଜସ୍ୱ ଲଜ୍ୟାର ଚାହିଦା କମିଲେ

ଶରୀରଟି ଆବୋରି ନିଏ ଅଳିଆ ଗଦାକୁ

କେଇ ମୁହୂର୍ତର ସୁଖ ପାଇଁ

ସମସ୍ତ ତୁଣ୍ଡର ଅକୁହା କଥାଟିଏ ହୋଇ

ଚିରଦିନ ପାଇଁ ଗଭୀର ନିଦ୍ରାରେ ଶୋଇ

ନିଜ ସୁଖ ଦୁଃଖ ଡୋରିରେ ବନ୍ଧା

କିଛି ଦିନର ଜୀବନକୁ ଜଳାଞ୍ଜଳି ଦେଇ

ଶେଷେ ପାଲଟିଯାଏ ସେ

ଅଲୋଡ଼ା ବସ୍ତୁଟିଏ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍