STORYMIRROR

Sudesna Swain

Romance Tragedy

2  

Sudesna Swain

Romance Tragedy

ଭଙ୍ଗା ଆଇନା

ଭଙ୍ଗା ଆଇନା

1 min
134


ଭଙ୍ଗା ଆଇନାର

କେଇ ଖଣ୍ଡ କାଚ ଟୁକୁରାକୁ

ସାଉଁଟି ଆଣି ରୂପତାର ଦେଲ

ସୁନ୍ଦରୀ ତରୁଣୀକୁ

ସାଉଁଟା ଦ୍ରବ୍ୟ ସାଉଁଟା ସ୍ୱପ୍ନ

କେବେ ସ୍ଥାଣୁ ନୁହଁଇ

ସାଉଁଟି ଆଣିବା ଲୋକର ହୃଦୟ

ସ୍ୱଚ୍ଛ ଜଳ ପରି ନୁହଁଇ

ସ୍ୱଚ୍ଛ ଜଳପେ ନିଜ ପ୍ରତିବିମ୍ବ ଦେଖି

କୁରୁଳି ନ ଉଠି ହୃଦୟ ବନ୍ନି ପେ

ବନହିଁ ପେ ନିଜକୁ ଝାସ ଦେଲାପରେ

ନିଜସ୍ୱ ପ୍ରତିବିମ୍ବ ସ୍ୱଚ୍ଛ ଆଇନେ ଦେଖି

ଫିକା ଫଗୁଣର ଅତଡ଼ାଏ

ରକ୍ତ ଛିଟା ଲାଗିବା ପରି

ବିକୃତ ପ୍ରତିବିମ୍ବ କୁ ଘୃନ୍ୟ ନକରି

ଟୁକୁରା କାଗଜର ପ୍ରତ୍ୟେକ ଖଣ୍ଡକୁ

ସଜାଡ଼ିବା ପରି

ବିକୃତ ମୁହଁ କୁ ହାସ୍ୟରେ ବଦଳାଇ

ସମସ୍ତ ନିକଟେ ପ୍ରସ୍ତୁତ କରିବା

ନିଜସ୍ୱ ପରିଚୟ

ଭଙ୍ଗା ହୃଦୟର ଭଙ୍ଗା କୋଠରୀରେ

ଅଭୁଲା ଦିନର ଟୁକୁରା ସ୍ମୃତି କୁ

ସାଇତି ରଖିଛି ଅତି ଯତନରେ

ଭଙ୍ଗା ହୃଦୟର ମୂଲ୍ୟ ତୁ ନ ବୁଝି

ସ୍ୱାର୍ଥ ପୁର୍ଣ୍ଣେ ଭରା ହୃଦୟ ସନ୍ଧାନେ ଚାଲିଲୁ

ଶେଷେ ମିଳିଗଲା ତୋ ମନଲାଖି ହୃଦୟ

ପୂର୍ଣ୍ଣ ହୃଦୟର ପୂର୍ଣ୍ଣ କୋଠିଯେ

ଭଙ୍ଗା ହୃଦୟର ଭାବନା ପ୍ରେମକୁ

ମାନସ ପଟରୁ ପୋଛିଲୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance