ଭଙ୍ଗା ଆଇନା
ଭଙ୍ଗା ଆଇନା
ଭଙ୍ଗା ଆଇନାର
କେଇ ଖଣ୍ଡ କାଚ ଟୁକୁରାକୁ
ସାଉଁଟି ଆଣି ରୂପତାର ଦେଲ
ସୁନ୍ଦରୀ ତରୁଣୀକୁ
ସାଉଁଟା ଦ୍ରବ୍ୟ ସାଉଁଟା ସ୍ୱପ୍ନ
କେବେ ସ୍ଥାଣୁ ନୁହଁଇ
ସାଉଁଟି ଆଣିବା ଲୋକର ହୃଦୟ
ସ୍ୱଚ୍ଛ ଜଳ ପରି ନୁହଁଇ
ସ୍ୱଚ୍ଛ ଜଳପେ ନିଜ ପ୍ରତିବିମ୍ବ ଦେଖି
କୁରୁଳି ନ ଉଠି ହୃଦୟ ବନ୍ନି ପେ
ବନହିଁ ପେ ନିଜକୁ ଝାସ ଦେଲାପରେ
ନିଜସ୍ୱ ପ୍ରତିବିମ୍ବ ସ୍ୱଚ୍ଛ ଆଇନେ ଦେଖି
ଫିକା ଫଗୁଣର ଅତଡ଼ାଏ
ରକ୍ତ ଛିଟା ଲାଗିବା ପରି
ବିକୃତ ପ୍ରତିବିମ୍ବ କୁ ଘୃନ୍ୟ ନକରି
ଟୁକୁରା କାଗଜର ପ୍ରତ୍ୟେକ ଖଣ୍ଡକୁ
ସଜାଡ଼ିବା ପରି
ବିକୃତ ମୁହଁ କୁ ହାସ୍ୟରେ ବଦଳାଇ
ସମସ୍ତ ନିକଟେ ପ୍ରସ୍ତୁତ କରିବା
ନିଜସ୍ୱ ପରିଚୟ
ଭଙ୍ଗା ହୃଦୟର ଭଙ୍ଗା କୋଠରୀରେ
ଅଭୁଲା ଦିନର ଟୁକୁରା ସ୍ମୃତି କୁ
ସାଇତି ରଖିଛି ଅତି ଯତନରେ
ଭଙ୍ଗା ହୃଦୟର ମୂଲ୍ୟ ତୁ ନ ବୁଝି
ସ୍ୱାର୍ଥ ପୁର୍ଣ୍ଣେ ଭରା ହୃଦୟ ସନ୍ଧାନେ ଚାଲିଲୁ
ଶେଷେ ମିଳିଗଲା ତୋ ମନଲାଖି ହୃଦୟ
ପୂର୍ଣ୍ଣ ହୃଦୟର ପୂର୍ଣ୍ଣ କୋଠିଯେ
ଭଙ୍ଗା ହୃଦୟର ଭାବନା ପ୍ରେମକୁ
ମାନସ ପଟରୁ ପୋଛିଲୁ ।

