STORYMIRROR

Sudesna Swain

Inspirational

3  

Sudesna Swain

Inspirational

ଛୋଟରୁ ବଡ଼

ଛୋଟରୁ ବଡ଼

1 min
266

ଛୋଟ ଥିଲି ଯେବେ ବାପା ମାଆଙ୍କର ଅତି ଗେହ୍ଲା ଥିଲି

ଯୌବନରେ ପାଦ ଥାପିଲି ଯେବେ

ବାପା ମାଆଙ୍କର କ୍ରୋଧଭରା ରୂପ ମୁଁ ଦେଖିଲି

ବାଳୁତ ସମୟେ ଗେଲବସରେରେ

କୋଳେ ଧରୁଥିଲେ

ସବୁ ଅରି ଅରଦଳିକୁ କେଇଟା

ମୁହୂର୍ତ୍ତେ ପୂର୍ଣ୍ଣ କରୁଥିଲେ

ବିନା ଦ୍ୱିଧାରେ ବିନା କଳିଗୋଳରେ

ସବୁ ସ୍ୱପ୍ନ ମୋର ସାକାର ହେଉଥିଲା

ଛୋଟ ରୁ ଯେବେ ବଡ଼ ହୋଇଲି

ସବୁ ସ୍ୱପ୍ନ ଆଶାକୁ ମୋର

ମନରେ ସାଇତି ରଖିଲି

କାହା ସମୁଖେ ପ୍ରକାଶିବାକୁ

ଇଚ୍ଛା ନ କରିଲି

ମନରେ ମିଥ୍ୟାର ପଥକୁ ଆପଣାର କଲି

ମିଥ୍ୟାର ଗହ୍ୱର ଭିତରେ ନିଜକୁ ଡୁବି ରଖିଲି

ଦୁବି ରଖି ମିଥ୍ୟାର ସୁଖକୁ ଆଦରି ନେଲି

ଆଦରି ନେଇ ଜୀବନ ପଥରେ

ଭୁଲ କରି ବସିଲି

ଭୁଲ କରିବି ଭଲ ବାଟକୁ

ମୁଁ ନ ଫେରିଲି

ଏହି ପରି ସମୟର ଚକ ଗଡି ଚାଲିଲା

ଅପେକ୍ଷାରତ ସମୟ ଆସି

ଉପନୀତ ହେଲା

ଭୁଲକୁ ଉଲଙ୍ଘନ କରିବାର

ସୀମା ଟପିଲା

ଶେଷେ ସତ୍ୟ ପାଖରେ ଭୁଲ ମଥା ପତିଲା

ମଥା ପାତିଲେ ବି ଭୁଲର କ୍ଷମା ନ ମିଳିଲା

ଶେଷେ ମଝି ନଈରେ ବୁଡି ମରିବାର

ଉପାୟମାନଙ୍କୁ ଗ୍ରହଣ କଲା

ଉପାୟମାନ ସବୁ ବୃଥା ଗଲା

ଶେଷେ ନିଜ ଭୁଲକୁ ସେ ବୁଝିପାରିଲା

ନିଜ ଭୁଲକୁ ସେ ଅଙ୍ଗେ ଲିଭାଇଲା

ଭଲ ପରିଚୟଟିଏ ପାଇଁ

ସମସ୍ତ ନିକଟେ କ୍ଷମା ମାଗିଲା

କ୍ଷମା ମାଗିବାର ଉପାୟ ସଫଳ ହେଲା

ଶେଷେ ସମସ୍ତ ହୃଦୟେ ଖୁସିର ଓ ବିଶ୍ୱାସର

ବାଇଚଢେଇ ବସାଟିଏ ନିର୍ମିତ କାଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational