STORYMIRROR

Sudesna Swain

Inspirational

3  

Sudesna Swain

Inspirational

ଡକାଵାଲା---------------

ଡକାଵାଲା---------------

1 min
181


ନାଁ ମୋର ଡକାଵାଲାଟି

ଗାଁ ଗାଁ ବୁଲି ଚିଠି ବାଣ୍ଟେଟି

ସକାଳ ପହରୁ ସୂର୍ଯ୍ୟ ଅସ୍ତ ଯାଏଁ

ମନ ଧ୍ୟାନ ଦେଇ କରେମୋ କାମ

ସ୍ୱଳ୍ପ ଦରମାରେ ଚଳେ ମୋ ପରିବାର

ସମସ୍ତଙ୍କ ପାଟିରେ ଥାଏ ମୋର ନାମ

ସମସ୍ତଙ୍କର ସୁଖ ଦୁଃଖ ବାର୍ତ୍ତାକୁ

ପହୁଞ୍ଚାଏ ସମସ୍ତଙ୍କ ନିକଟେ

ସମସ୍ତ ହୃଦୟେ ପ୍ରିୟ ପାତ୍ର ହୋଇ

ରହିଯାଏ ତାଙ୍କ ଛୋଟ ହୃଦପେ

ମନର ଦୁଃଖକୁ ମନରେ ଚାପି

ହସିଦିଏ ଦୁଃଖ ଭରା ଲୋତକ ଝରେଇ

ସ୍ୱଳ୍ପ ଦରମେ ସଂସାର ଗଭୀରେ

ଘର ଚଳାଇବା କେତେଯେ କଷଣ

ପୁଅ ଝିଅ ଙ୍କର ଅରି ଅରଦଳି

ସମସ୍ତ ବୋଝକୁ ମୁଣ୍ଡରେ ଲଦି

ଲହୁ ଲୁହାଣ ହୋଇ

ଗୋଟି ଗୋଟି ଇଛା ପୂର୍ଣ୍ଣ କରଇ

ସମସ୍ତଙ୍କ ଆଗେ ଫିକା ଫଗୁଣ ପରି

ରଙ୍ଗହୀନ ସୁଖ ବାଣ୍ଟି ଚାଲଇ

ଅଧରର ଫିକା ଗୋଲାପୀ ରଙ୍ଗେ

ହୃଦୟ କୋଣପେ ଦୁଃଖ କୁ ଥୋଇ

ଦୁଃଖଦ ସମୁଦ୍ରେ ଖୁସିର ଛାଉଣୀ

ବିଛାଇ ଦେଇ

ସମସ୍ତ ମନକୁ ମୋହିନେଇ

ହସିଦିଏ ମନ ଖୋଲିଦେଇ

ନାଁ ମୋର ଡକାଵାଲାଟି

ଗାଁ ଗାଁ ବୁଲି ଚିଠି ବାଣ୍ଟେଟି

ସମସ୍ତ ହୃଦୟେ

ସୁଖର କୁଟୀର ନିର୍ମାଣ କରେଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational