STORYMIRROR

Sudesna Swain

Tragedy Inspirational

3  

Sudesna Swain

Tragedy Inspirational

ଭୋକିଲା ପ୍ରେମିକ

ଭୋକିଲା ପ୍ରେମିକ

1 min
165


ଭୋକର ଜ୍ୱାଳା କୁ ସମ୍ଭୋରଣ ନକରି

ଖିନି ଭିନ କରି କୁକୁର ଖାଉଥିବା ପୋଚା ମାଂସ ପରି

ମୋ ସ୍ବେଦବର୍ଣ୍ଣ ଶରୀର ଲାଳସେ

ତୋ ଚକ୍ଷୁ ଦ୍ୱୟ ରହିଥାଏ ଆବୋରି

ମୋ ନିଜସ୍ୱ ଜୀବନର ଚଲାବାଟେ

ଚାଲିଯାଏ ମୁଁ କାହାକୁ ଆଶ୍ରିତ ନକରି

ଆଶ୍ରିତ କରି ଯାହା ହାତ ଧରିଲି

ତାର ମିଥ୍ୟା ବିଶ୍ଵାପେ ଅନ୍ଧ ହୋଇଗଲି

ଅନ୍ଧ ସାଜି ନିଜସ୍ୱ ପରିଚୟ ହରାଇଲି

ପରିଚୟ ହଜାଇ ପାଗଳିନୀ ସାଜି

ରାସ୍ତା ଘାଟ ଚଉଦିଗେ ବୁଲି ଚାଲିଲି

ନିକୁଶ ଏ ମାନବ ନିକୁଶ ତାର ଚିନ୍ତାଭାବ

ମନ ସ୍ତାତ୍ଵିକକୁ ହରାଇ ସେ କଲା ଅପକର୍ମ

ପରିଚୟ ହରାଇ ଥିଲି

ଏବେ ନିଜସ୍ୱ ମର୍ଯ୍ୟାଦା ବି ହରାଇଲି

ଅଇଁଠା ପତର ପରି ଭାବି

ଶେଷେ ଅଳିଆ ଗଦାରେ ଯାଇ ପଡିଲି

ବିଶ୍ୱନିୟନ୍ତାଙ୍କ ବାରିଧିରୁ

ବାରିଧାରା ମୋ ମଥାପେ ସିଞ୍ଚିଲେ

ଅଜଣା ବାଟୋଇ ଟିଏ

ମୋତେ ନିଜର ଭାବି ଆପଣେଇ ନେଲେ

ଆପଣେଇ ନେଇ ମୋର ସେବା ଯତ୍ନ କଲେ

ସେବା ଯତ୍ନ କରିନିଜ ହୃଦରେ ରଖିଲେ

ସ୍ନେହ ପ୍ରେମ ହାସ୍ୟରେ ମତେ ହସାଇ ଦେଲେ

ଭିଜା ସକାଳର କୁହୁଡି ପରି

ମୋର ନିକୁଶ ମନରେ ନୀଡ ରଚିଲେ

ନୀଡ ରଚିସାରି ଅହେତୁକ ପ୍ରେମର

ସ୍ୱପ୍ନ ମାନକୁ ସଜାଡି ରଖିଲେ

ସଜାଇ ରଖିଥିବା ଗୋଟି ଗୋଟି ସ୍ୱପ୍ନ କୁ

ଗୋଟି ଗୋଟି କରି ସାକାର କଲେ

ମଉଳି ପଡ଼ିଥିବା କୁସୁମକୁ

ଆପଣେଇ ନେଇ

ନିଜ ପ୍ରେମ ଝୁଲଣରେ ଝୁଲେଇ ଦେଇ

ଆପଣାର କରିଦେଲେ ଭିତେଦେଇ

ନିଜ ଗହର ବକ୍ଷେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy