STORYMIRROR

Sudesna Swain

Inspirational

3  

Sudesna Swain

Inspirational

ପ୍ରେମ ଏକ ଉଥାଳ ତରଙ୍ଗ

ପ୍ରେମ ଏକ ଉଥାଳ ତରଙ୍ଗ

1 min
213

ପ୍ରେମର କାଉଁରୀ ସ୍ପର୍ଶରେ ତରଙ୍ଗାୟିତ ହୁଏ ଜୀବନର ମୋଡ

କେତେବେଳେ ଆଲୁଅରେ ତ କେତେବେଳେ ଅନ୍ଧାରରେ

ଦୁଇ ମୁହଁ ଇଲାକାରେ ଜୀବନ ଯମୁନାରେ

ଭରିଯାଏ କେତେ ଆଶା ଓ ଅଭୀପ୍ସାର ଉଥାଳ ତରଙ୍ଗ

ଭାବନାରେ ରହିଯାଏ ଫଲଗୁ

ଚେତନାରେ ପ୍ରଭାସିତ ହୁଏ ଚଇତଲଘୁ

ପ୍ରେମର ଉଦ୍ଦୀପନେ ଚୈତ୍ୟସତାର ଦମନେ

ଅତଡ଼ା ବାରିଧାରା ସାଜି

ଅଦମ୍ୟ ଇଚ୍ଛାକୁ ଭରେ ସେ ତୁଚ୍ଛ ମନେ

ଶଙ୍କୁଳିତ ଓ ଅମାନୁଗତ୍ୟ ଧାରପେ

ପ୍ରେମର ପ୍ରତିବିମ୍ବ ସାଜି ଉଭା ହୁଏ ଆସି ନିଜ ସମ୍ମୁଖେ

କମଳିନୀ ସେ ପ୍ରେମ ପ୍ରତୀକର ଆଚମ୍ବିନୀ

କଳୁଷିତ ପଙ୍କେସେ କରେ ନିଜକୁ ନିର୍ମଳିନୀ

କୋମଳମତି ସେ ମରୀଚିକାର ତୃଷ୍ଣା ନିବାରିଣୀ

ପ୍ରେମ କାଙ୍ଗାଳିନି ସେ ତା ପ୍ରେମିକ ହୃଦୟର ରାଣୀ

ସଙ୍ଗୀତ ଵୀଣାର ସୁମଧୁର ସୁରୀ

ପ୍ରେମିକ ନୌକାର ସେ ପ୍ରେମିକା ନାଉରୀ

ଚନ୍ଦ୍ରମା ରାତ୍ରର ସେ ପୁନେଇଁ ଜହ୍ନ

କଣ୍ଟକିତ ଗୁଳ୍ମ ର ସେ ଉଦ୍ଭାସିତ ଗୋଲାପ

ପ୍ରେମୀ ଯୁଗଳଙ୍କର ସାଜେ ପ୍ରେମର ପ୍ରତୀକ

ସାଜେ କେବେ ସେ ମଉଳା କଳିଟିଏ

ସମୟ ତରଙ୍ଗେ ପଡେଯାଇ ସେ ଅଳିଆ ଗଦାପେ

ପ୍ରେମର ଉଥାଳ ତରଙ୍ଗ

କେବେ ସାଜେ ଉଥାନ କେବେସାଜେ ପତନ

ତାରତମ୍ୟର ନକରି ପାରାବାର

ସମୟ ଗଭୀରେ ଗଢି ତୋଳିବା ପ୍ରେମର ପରିବାର

ଉତଥାନ ତରଙ୍ଗେ ସମୟର ସୂତା ଖିଅପେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational