STORYMIRROR

Sudesna Swain

Inspirational

3  

Sudesna Swain

Inspirational

ପରକ୍ରିୟା ପ୍ରୀତି

ପରକ୍ରିୟା ପ୍ରୀତି

1 min
255


ଘରେ ଥାଉ ଥାଉ ଯୁବା ଯୁବତୀ 

ପର ନାରୀ ଠାରେ ବଢଇ ପ୍ରୀତି 

ଏହିତ ଅଟଇ ଦୁନିଆର ସବୁଠାରୁ 

ବଡ ଅନୀତି ପରକ୍ରିୟା ପ୍ରୀତି 

ମନର ଲାଳସା ଶରୀରର ପିପାସା 

କ୍ଷୁଧାରେ ଜ୍ୱାଳାକୁ କରେ ସେ ଅଭିପିସା 

ମଧୁ ମକ୍ଷି ପରି ଫୁଲ ଚଉପାଖେ ଉଡ଼ିବୁଲେ 

ନିଜ ଲାଳସାକୁ ପ୍ରେମର ପ୍ରୀତିରେ ପରିଣତ କରି 

ଫୁଲ ପାଖେ ଗୋଟି ଗୋଟି କରି ବଖାଣି ଚାଲେ 

ମନ ଉଡି ବୁଲୁଥାଏ ପବନେ 

ବୟସର ଗାଡିକୁ ସେ ପୋଛି ଦିଏ ତା ମନେ 

ସଂସାର ଡୋରିଟି ବିଛୁରିତ ହେଉପଛେ 

ମନ ଲାଖିଥାଏ ଅନ୍ୟ ନାରୀ ପାଶେ 

ପରକ୍ରିୟା ପ୍ରୀତିର ସ୍ୱପ୍ନ ପଥପେ 

ଭ୍ରମରର ଗୁଂଜରିତ ଥାଏ ପଦ୍ମ ପାଶେ 

ଅପରିସ୍କୃତ ପଙ୍କରୁ ଜନ୍ମିତ ସୌନ୍ଦରିଜିତ ପଦ୍ମକୁ 

ନିଜସ୍ୱ ମିଥ୍ୟା ପ୍ରେମରେ କଲୁ ଆକର୍ଷିତ 

କେଇଟା ମୁହୂର୍ତ୍ତେ ସୁଖ ସମୃଦ୍ଧିର 

ସମସ୍ତ ଲଜ୍ୟା ଓ ଲାଂଛନାକୁ ଏଡାଇ ଦେଇ 

ସୁଖର ଆସର ଛାଡି 

କେଇଟା ଦିନର ସୁଖର ଆସରକୁ ଆଦରି ନେଲୁ 

ସଂସାର ପଥପେ ନିଜସ୍ୱ ଲୋକଙ୍କୁ ପିତୃହୀନ ସାଜି 

ଅନ୍ୟ ନାରୀ ପାଶେ ପୁରୁଷ ପଣିଆ ଦେଖାଇ ଦେଲୁ 

ନିର୍ଲଜ ସାଜି ନିଜ ସ୍ୱାଧୀନକୁ ପଛରେ ପକାଇ 

ନିଜସ୍ୱ ଲୋକଙ୍କୁ ନିଜ ଠାରୁ ଏଡାଇ ଦେଇ 

ସଂସାର ପଥପେ ମଝି ରାସ୍ତେ ନିଜସ୍ୱ ଠୁ ବିଛୁରିତ ହୋଇ 

ଅନାୟସରେ ସେ ମିଥ୍ୟା ପଥପେ ଦ୍ରୁତଗତେ ମାଡି ଚାଲଇ 

ପରକ୍ରିୟା ପ୍ରୀତିର ପ୍ରେମିକ ସାଜି 

ତା ମିଠା ମିଠା କଥାରେ ସେ ନ ହୁଏ ଅରାଜି 

ଶରୀରର ଭୋକକୁ ମେଣ୍ଟାଈ ଦେଇ 

ମିଥ୍ୟା ର ମନ ଗଢା କାହାଣୀ ସବୁକୁ ବଖାଣି ଦେଇ 

ପ୍ରେମର ଉନ୍ମାଦନାକୁ ନବ ଜାଗୃତ କରାଇ 

ଆଶା ଓ ଅତୀତକୁ ଏକ କରାଇ 

ସମ୍ମୋହନ ସାଜି ସମ୍ମୋହିନି କୁ ଶୋଷି ଚାଲଇ 

ମିଥ୍ୟା ବଚନକୁ ସତ୍ୟରେ ଆଭାସ ବଦଳାଇ 

କେଇଟା ମୁହୂର୍ତ୍ତେ ସମ୍ମୋହିନୀ କୁ ନିଜସ୍ୱ କରାଇ 

ମିଥ୍ୟା ପଥପେ ତା ହାତ ଧରି ଅଗ୍ରସର ହୋଇ 

ନିଜସ୍ୱ ସନ୍ତାନକୁ ପିତୃହୀନ କରାଇ 

ନିଜସ୍ୱ ପିତୃ ମାତୃଙ୍କୁ ପୁତ୍ରହୀନ କରାଇ 

ନିଜସ୍ୱ ପତ୍ନୀଙ୍କୁ ସଧବାରୁ 

ବିଧବାର ରୁପଦେଇ 

କେଳି କଦମ୍ବ ପରି ନିଜସ୍ୱ ପରିଚୟକୁ ଭୁଲି 

ଅନ୍ୟ ନାରୀ ପାଶେ ନିଜକୁ ଭଲର ପରିଚୟ ଦେଇ 

ମିଥ୍ୟା ପଥପେ ଦ୍ରୁତଗତେ ଅଗ୍ରସର ହୁଅଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational