STORYMIRROR

Ajit Kumar Raut

Romance Inspirational

3  

Ajit Kumar Raut

Romance Inspirational

SM BOSS ପ୍ରେମର ବିଭିନ୍ନ ରୂପ

SM BOSS ପ୍ରେମର ବିଭିନ୍ନ ରୂପ

1 min
206


ପ୍ରଭୁଙ୍କ ଚରଣ ମିଳେ ପ୍ରେମ ଭକ୍ତି ଧ୍ୟାନେ

ଜ୍ଞାନ ଧର୍ମ ସତ୍ୟ ମିଳେ ପବିତ୍ର ବନ୍ଦନେ,

କର୍ମୀକ ହୋଇଣ କରେ କର୍ମକୁ ଯତନେ

ପ୍ରଭୁ ପଦ ସେବା ଅଟେ ପୁଷ୍ପ ଓ ଚନ୍ଦନେ।୧।


ନିଃସ୍ୱାର୍ଥ ପ୍ରେମର ଭକ୍ତି ଜୀବନରେ ହେଉ

ଧର୍ମ ପଥଗାମୀ ଏହି ଜୀବନ ମୋ ହେଉ,

ସତ୍ୟପଥେ ମୋର ନିତ୍ୟ ସେବା ଭାବ ହେଉ

ଜଗତନାଥଙ୍କ ଭକ୍ତି ଅଙ୍କୁରିତ ହେଉ।୨।


କୄପାସିନ୍ଧୁ ପ୍ରଭୁ ମୋତେ କୄପାହିଁ ଟି କର

ଜନକଲ୍ୟାଣରେ ମନ ଅର୍ପଣଟି କର,

ରାଷ୍ଟ୍ରହିତେ ମନ ମୋର ସମର୍ପିତ କର

ଦେଶ ସେବା ହେଉ ପ୍ରଭୁ କର୍ତ୍ତବ୍ୟଟି ମୋର।୩।


ଧୈର୍ଯ୍ୟ ସାହସର ମନ୍ତ୍ର ଜୀବନେ ଭରହେ

ଜ୍ଞାନର ପ୍ରଦୀପ ମୋର ମନରେ ରଖହେ,

ଅଭିଳାଷା ଆଶା ମୋର ତୋ ପାଇଁ ରହୁହେ

ଜୀବନ ଯାତ୍ରାର କର୍ମ ତୋ ପାଇଁ ହେଉହେ।୪।


ଚାହୁଁ ନାହିଁ ମୁହିଁ କିଛି ଜୀବନେ ମୋହର

ରତ୍ନ ସିଂହାସନ ନାହିଁ ପ୍ରୟୋଜନ ମୋର,

ଜୀବନ ଅର୍ପଣ ଅଛି ତୋ ଚରଣେ ମୋର

ଧର୍ମପଥ ସତ୍ୟପଥ ମିଳୁ ନିରନ୍ତର।୫।


ପ୍ରଭୁଙ୍କ ଚରଣ ମିଳେ ପ୍ରେମ ଭକ୍ତି ଧ୍ୟାନେ

ଜ୍ଞାନ ଧର୍ମ ସତ୍ୟ ମିଳେ ପବିତ୍ର ବନ୍ଦନେ,

କର୍ମୀକ ହୋଇଣ କରେ କର୍ମକୁ ଯତନେ

ପ୍ରଭୁ ସଦା ସେବା ଅଟେ ପୁଷ୍ପ ଓ ଚନ୍ଦନେ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance