STORYMIRROR

Pinku Ranbida

Romance

3  

Pinku Ranbida

Romance

ଶୀତ

ଶୀତ

1 min
190

ମନେ ପଡିଯାଏ ସେ ଦିନର କଥା

ପ୍ରଥମେ ହେଇଥିଲ ତୁମ ସାଥେ ଦେଖା

ଶୀତରେ ତୁମ ଦେହ ଥରି ଉଠୁଥାଏ

ନଇଁ ନଇଁ ଚାଲୁଥିଲ ତୁମେ ରେଖା ll


ତମକୁ ଦେଖି ଲାଗିଲା ନିଜର

ତମ ପାଖକୁ ଯାଇଥିଲି ଚାଲି 

ମୋ ଜ୍ୟାକେଟ ତୁମକୁ ଦେଲି

ଭିଡ ଭିତରେ ମୁଁ ଖୋଲି ll


ମୋ ମୁହଁକୁ ଚାହିଁ ହସିଦେଲ ତୁମେ

ଧନ୍ୟବାଦ ମୁଁ ଜ୍ୟାକେଟ ନେବିନି କହି

ଭାରି କଷ୍ଟ ଦେଇଥିଲା ମନକୁ ମୋର

କେମିତି ମୁଁ ଜାଣେ ନାହିଁ ll


ଧୀରେ ଧୀରେ ଆମ ଦେଖା ହେଲା

ସେହି ଅଜଣା ସ୍ଥାନ ପାଖରେ

ତମେ ଦେଖି ମତେ ମୁରୁକି ହସି ମାର

କଣବା ଥିଲା ତମ ମନରେ ll


ଆଖି ସାଙ୍ଗରେ ଆଖି ମିଶିଲା

ଶୀତ ଦିନେ ଦେହ ଗରମ ହେଲା

ତୁମେ ମୋ ମନ ରାଇଜର

ସ୍ୱପ୍ନ ସୁନ୍ଦରୀ ପରି ଲାଗିଲା ll


ଦେଖୁ ଦେଖୁ ଦୁହେଁ ପ୍ରେମରେ ପାଗଳ ହେଲେ

ସୁନାର ସଂସାର ଗଢି ତୋଳିଲେ 

ବିବାହ ବନ୍ଧନରେ ବାନ୍ଧିହୋଇ

ସାତ ଜନ୍ମର ସାଥି ହେଲେ ll


ଶୀତ ଦିନ ଲାଗେ ଅତି ନିଜର

ଅଭୁଲା ସ୍ମୃତି ଫେରେଇ ଦିଏ ଆମର

ମନେ ପଡିଯାଏ ସେଦିନର କଥା

ତମ ସାଥେ ହେଇଥିଲା ଦେଖା ମୋର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance