Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

ଭୁଲ ଠିକଣା

ଭୁଲ ଠିକଣା

1 min
154



ଠିକଣା ତୁମର ବଦଳି ଗଲାଣି ଅଚିହ୍ନା ଲାଗୁଛି ଏବେ,

ଭୁଲି ଯାଇଥିବ ଅଭୁଲା ଦିନକୁ ପ୍ରିୟା ଡାକୁଥିଲା କେବେ । (ଘୋଷା)


ଦିନଥିଲା ତୁମେ ମୋ ଚଲାପଥକୁ ରହୁଥିଲ ଚାହିଁଚାହିଁ,

କେତେ ଶୀତରାତି ଯାଉଥିଲା ବିତି ଖରା ବରଷାକୁ ସହି ।

ସେଦିନ କାହାଣୀ ଥିଲା କି ଛଳନା ଆଜି ସେହିକଥା ଭାବେ ।

ଠିକଣା ତୁମର ବଦଳି ଗଲାଣି ଅଚିହ୍ନା ଲାଗୁଛି ଏବେ,

ଭୁଲି ଯାଇଥିବ ଅଭୁଲା ଦିନକୁ ପ୍ରିୟା ଡାକୁଥିଲା କେବେ । (1)


କହୁଥିଲ ତୁମେ ମୋ ବିନା ଜୀବନ ସତେ ତୁଚ୍ଛ ମରୁବାଲି,

ମୋ ଭାଷାରେ ଭରି ରହିଛି ପୀୟୂଷ ଚାହିଁଛି ପିଇବି ବୋଲି ।

କହିବ କି ଆଉ କା'ରୂପ ନିଆଁରେ ଝାସ ଦେଇଅଛ ଏବେ ।

ଠିକଣା ତୁମର ବଦଳି ଗଲାଣି ଅଚିହ୍ନା ଲାଗୁଛି ଏବେ,

ଭୁଲି ଯାଇଥିବ ଅଭୁଲା ଦିନକୁ ପ୍ରିୟା ଡାକୁଥିଲା କେବେ ।(2)



Rate this content
Log in