STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
289


ପ୍ରେମ ଅଟେ ସମର୍ପିତ ଜୀବନର 

   ଏକ ଶୁଦ୍ଧ ପରିଭାଷା 

ହୃଦୟର ଦଗ୍ଧ ଫୁଲବନ ପରେ 

  ଭରେ ଜୀଇଁବା ଲାଳସା ।।


ପ୍ରେମ ଯେ ଅଟଇ ହଳାହଳ ବିଷ

   ପିଇଲେ ହୁଏ ପୀୟୂଷ

ପ୍ରୀତିର କାନନେ ମୋହର ସୁମନ

   ଅନୁରାଗ ଭରା ଶୋଷ।।


ପ୍ରେମ ପାଇଁ ଜନ ଅପବାଦ ସହେ

    କିନ୍ତୁ ହୁଏନି ବିବଶ

ନିନ୍ଦାର କଳଙ୍କ ଟୀକା ପିନ୍ଧି ସଦା

    ଦେଇଥାଏ ତୃପ୍ତି ହସ ।।


ମନ ବୃନ୍ଦାବନେ ପ୍ରେମ ଜାଳିଥାଏ

   ଆଶାର ସ୍ନିଗ୍ଧ ରାହାସ

ଜୀବନ ଯମୁନା ଜଳରେ ଆଞ୍ଜୁଳା

    ଅମୃତ ବିନ୍ଦୁର ଆଶ ।।


ପ୍ରେମ ଭାବନା ଏକ ଅକ୍ଷୟ ସତ୍ତା

   ଅନୁଭବେ ଥାଏ ମଗ୍ନ 

ନିଃସ୍ୱାର୍ଥ ଇଚ୍ଛାର ଭବ୍ୟ ଗନ୍ତାଘରେ

    ଋତୁର ସପ୍ତମ ଲଗ୍ନ ।।


ଦୁଃଖର ଅତଳ ସାଗର ବେଳାରେ

   ପ୍ରେମ ଆଶ୍ୱାସନା ବିନ୍ଦୁ

ନିଃସର୍ତ୍ତ ଇଚ୍ଛାର କ୍ଷୁଦ୍ର ଇସ୍ତାହାରେ

   ଛନ୍ଦିତ ମୋହର ସିନ୍ଧୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance