ତୁମେ ଆସିବ ନିଶ୍ଚୟ
ତୁମେ ଆସିବ ନିଶ୍ଚୟ
ଶୂନଶାନ ଦ୍ୱିପ୍ରହର ହେଉ
ଅବା ନିସ୍ତବ୍ଦ ରାତି
ମନରୁ ମନାତୀତ ହୋଇ
ତୁମ କଥା ଭାବି ଭାବି
ମନ ଆଇନାରେ ତୁମକୁ ଦେଖେ
ସକାଳ ଓ ସଂଜେ ନିତି |
ଭଲପାଏ ବୋଲି
ଏମିତି ବାନ୍ଧିଚି ମନକୁ ତୁମ ସହ,
ପୂଜା କରୁଛି ବୋଲି
ତୁମେ ହୃଦୟରେ ଦେବତା ମୋର |
ତୁମେ ଆଶିଲେ ହିଁ
ମୋ ଦେହେ ଫୁଟିବ ଫୁଲ
ମୋ ଓଠରୁ ଝରିବ ହସ
ମନ ପକ୍ଷୀ ଗାଇବ ଗୀତ
ମୌସୁମୀ ମୋ ସାଙ୍ଗେ ବସିବ ମିତ
ପାଖେ ପାଖେ ରହିବ ବସନ୍ତ |
ତୁମେ, ପାଖେ ନଥିଲେ ବି
ମୋ ଭିତରେ, ବାହାରେ ଥାଅ
ତୁମରି ମାୟାରେ ଆଚ୍ଛନ୍ନ ମୁଁ
ତୁମକୁ ଦେଖେ ସ୍ଵପ୍ନ,
ତୁମ ଆସିବା ଯାଏଁ
ଆସିବାର ପ୍ରତିଟି ମୁହୂର୍ତ୍ତକୁ
ଚାହିଁ ରହିଥିବି ବର୍ଷ ବର୍ଷ|
ତୁମେ ଏବେ କୃଷ୍ଣ ଉଚ୍ଚାରଣ
ତୁମେ ମୁକ୍ତାଟିଏ ମୋ ଶାମୁକାର
ତୁମକୁ କରିଛି ପ୍ରତୀକ୍ଷା
ତୁମେ ଆସିବ ନିଶ୍ଚୟ|
**********************

