STORYMIRROR

Amulya Kumar Nayak

Romance

3  

Amulya Kumar Nayak

Romance

ପ୍ରିୟତମା

ପ୍ରିୟତମା

1 min
220

କେତେଦିନ ହେଲା ଚିଠିଟେ ଦେଇନି

             ଭୂଲି ଗଲିଣି ତା ନାଁ

ଅଙ୍କାବଙ୍କା ନଈ ଆରପଟେ ଦିଶେ

             ତା ଝୁମ୍ପୂଡି ଟିକି ଗାଁ (୧)

ପ୍ରଥମ ଦେଖାରେ କହିଥିଲା ସିଏ

              ସହରଟା ଭାରି କ୍ରୁର

ସେ ସହରେ ରହି ପରଦେଶୀ ହେଲି

         ସିଏ ବି ଦେଉନି ଖଣ୍ଡେ ପତର(୨)

କହିବ କେ ତାକୁ ବୁଝେଇ ସୁଝେଇ

           ଏ' ତ ମୋବାଇଲ ଯୁଗ

ରାତି ଦଉଡୁଛି ଦିନ ଦଉଡୁଛି 

   ନାହିଁ ଆଉ ଚିଠି ନାହିଁ ଆଉ ତା'ର ଭାବ(୩

ଡାକବାଲା ଆଉ ଡାକ ଛାଡୁନାହିଁ

            ଚିଠି ନିଅ ଚିଠି ନିଅ 

'ମାଗୁଣି ଶଗଡ' ଗଡୁନି ଗାଆଁରେ

        ଠେକା ବାନ୍ଧୁନାହିଁ ଚଷାପୁଅ (୪)

କନକ ଗୋରୀ ସେ ରୂପର ମାଧୁରୀ

          ତୁଠେ ମାଜୁଥାଏ ଦେହ

ଆଜି ବି କହୁଛି ତମ ସହରଟା

           ମୋ ଗାଆଁ ପରି ନୁହଁ (୫)      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance