Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Romance

3  

DR SAMIR RANJAN BEHERA

Romance

ଲେଖୁଛି ଆଜି ମୋ ପ୍ରିୟତମା ପାଇଁ

ଲେଖୁଛି ଆଜି ମୋ ପ୍ରିୟତମା ପାଇଁ

1 min
238


 


  ତୋର ରୂପ ଆଉ ଲାବଣ୍ୟ ଯେ 

   ଅମାପ ଅମୃତ ଭରା 

  ସ୍ୱର୍ଗର କୁସୁମ ଅବା ପାରିଜାତ 

   ସତେ ଅଟୁ କି ଅପସରା ll 1 ll


  ନୀଳ ନୟନକୁ ଗୋଲାପୀ ଓଠ ତୋ 

    ଅଟେ ଅନିନ୍ଦ୍ୟ ସୁନ୍ଦର 

  ଘନ କଳା କେଶ ନେଳିଆ ଆଖିକୁ 

    ସତେ ଅମାପ ସାଗର ll 2 ll


  ବଦନ ଯେ ତୋର ପୂର୍ଣ୍ଣିମାର ଚାନ୍ଦ

   କଥାରେ ମଧୁ ଝରଇ 

  ଆଖି ଦ୍ୱୟ ତୋର ପଦ୍ମ କମଳ 

    ପୁଲକ ଭରି ଦିଅଇ ll 3 ll


  ଚାଲି ତୋର ସତେ ରାଜ ହଂସିନୀ 

    କଥାରୁ ଅମୃତ ଝରଇ 

  ଚନ୍ଦ୍ରମାରେ ଯେ କଳଙ୍କ ଥାଏ 

    ତୋ ପାଖେ ନ ମିଳଇ ll 4 ll


  ପ୍ରକୃତି ତୋତେ ଲୋ ଗଢ଼ିଛି ସତେ 

    କି ଉପାଦାନ ଦେଇ 

  ଗୋଟେ ଚାଉଳରେ ଗଢିଦେଲା ସେ

   ସତେ ସ୍ୱର୍ଗ ଅପ୍ସରୀ ତୁହି ll 5 ll


  ଭାଗ୍ୟର ଆକାଶେ ଚନ୍ଦ୍ରମା ଅଟୁ ତୁ 

   ସତେ ପଦ୍ମ ପତ୍ର ମୁହିଁ 

  ତୋର ସୌନ୍ଦର୍ଯ୍ୟକୁ ଦେଖି ଦେଖି ପ୍ରିୟା 

   ରାତିଟା ଯାଏ ଯେ ପାହି ll 6 ll


 ନୀଳମ୍ବୁ ଆକାଶେ ଭସା ବାଦଲ ତୁ 

  ପାହାଡ଼ ଶୋଭାକୁ ଛୁଇଁ  

 ମେଘ ସଵାରୀରେ ଧରାକୁ ଆସୁ ତୁ 

   ବର୍ଷାର ଆଶ୍ରା ତୁ ନେଇ ll 7 ll


 କେଉଁ ଉଦ୍ଦେଶ୍ୟରେ ବିଶ୍ୱ ବିଧାତା 

  ତୋତେ ଯେ ଗଢ଼ିଛନ୍ତି 

 ତୋ ସୌନ୍ଦର୍ଯ୍ୟ ଭରା କାୟା ବିସ୍ତାରି 

  ସଭିଙ୍କ ମନକୁ ଜିଣନ୍ତି ll 8 ll

   

 ପ୍ରିୟତମା ମୋର କୋଟି ଗୁଣନିଧି 

  କି ଉପମା ଦେବି ବା ତୁମକୁ 

 ତୁମ ଦିବ୍ୟ ଗୁଣ କରିବାକୁ ବର୍ଣନା 

  ନିଅଣ୍ଟ ହେଉଛି ମୋ ଲେଖନୀକୁ ll 9 ll

  



Rate this content
Log in

Similar oriya poem from Romance