STORYMIRROR

Papu parida

Romance Classics Others

3  

Papu parida

Romance Classics Others

ପ୍ରିୟତମା

ପ୍ରିୟତମା

1 min
203


ନା ପାରିଜାତ ନା ଜହ୍ନତାରା

ନାହିଁ କାହା ସଙ୍ଗେ ତୋ ଉପମା

ପ୍ରେମକୁ ମୋହର କରିଣ ଗ୍ରହଣ 

ତୁମେ ସାଜିଲ ମୋ ପ୍ରିୟତମା।


ଶିଶିର ବୁନ୍ଦା ସମ ଅଟୁ ତୁ ପବିତ୍ର

କାହିଁ କରିବି ମୁଁ ତୋ ତର୍ଜମା

ମନ ଆକାଶରେ ସ୍ଥାନ ଦେଇ ମତେ

ତୁମେ ସାଜିଲ ମୋ ପ୍ରିୟତମା।


ଦେଖିଲେ ବି ତୋତେ ଦିନରାତି ବସି

ମୋ ହୃଦୟ ବୁଝୁନି ଜମା

ଭଙ୍ଗା ହୃଦୟକୁ ପୁଣି ଯୋଡ଼ିଦେଇ

ତୁମେ ସାଜିଲ ମୋ ପ୍ରିୟତମା।


ଅସମ୍ପୂର୍ଣ୍ଣ ବାକ୍ୟ ଥିଲି ମୁଁ 

ସମୂର୍ଣ୍ଣ କଲ ଯୋଡି ପୂର୍ଣ୍ଣଛେଦ ଓ କମା

ସାର୍ଥକତା ମୋର ହୋଇଲା ପ୍ରକାଶ

ଯେବେ ସାଜିଲ ମୋ ପ୍ରିୟତମା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance