STORYMIRROR

Prasanna Kumar Madala

Romance

3  

Prasanna Kumar Madala

Romance

ଭାଉଜଙ୍କୁ ଜଣା

ଭାଉଜଙ୍କୁ ଜଣା

1 min
25.8K


ଭାଉଜଙ୍କୁ ଜଣା

 

ନଟୁ ଘୁରେ ଘାଇଁ ଘାଇଁ ଗିଲିଦଣ୍ଡ ସାଇଁ ସାଇଁ 

ବୋହୂ ଚୋରି ଆଉ କବାଡ଼ି ଖେଳରେ 

ଥକିଗଲି ଧାଇଁ ଧାଇଁ । 

ଘରେ ପଶି ଯାଉ ଯାଉ ଭାଉଜଟି ରାଉ ରାଉ 

କାନ ମୋ ଧଇଲେ ଅଗଣା ଭିତରେ 

ଡାକ ଦେଲେ ବୋଉ ବୋଉ। 

ବାପା ଶୁଣି ଗର ଗର ପାଟି କଲେ ଧର ଧର 

ପାଠ ପଢିବାରେ ଅବହେଳା କରେ

ମାଡ ଖାଇ ଥର ଥର । 

କୋଇଲି ତ କୁହୁ କୁହୁ ତୋଟାମାଳେ ରହୁ ରହୁ

ମନର ମାନସୀ ମିଛେ ଲାଜେ ମରେ 

କଥା ପଦେ କହୁ କହୁ । 

ପାଶେ ତାର ବସି ବସି ଗଲି ସିନା ଫସି ଫସି

ସେ ତ ବଣ ମଲ୍ଲୀ ଚୁମି ଦେଲା ବୋଲି 

ସପନରେ ହସି ହସି  । 

ଛୁଇଁ ଦେଲେ ଥରି ଥରି ଶିହରିଲା ମରି ମରି 

ଇସାରାରେ ମୋତେ ଜଣାଇଲା ସତେ

ଆଖିକରେ ଠାରି ଠାରି। 

ସବୁ କିଛି ଜାଣୁ ଜାଣୁ ବର୍ଷେ ଗଲା ଗଣୁ ଗଣୁ 

ଶ୍ରାବଣରେ କେତେ ଭିଜାଇବ ଏତେ 

ପାଉଁଜି ତା ରୁଣୁ ଝୁଣୁ । 

ପାଠ ପଢା ସରୁ ସରୁ କୁମ୍ଭେ ନୀର ଭରୁ ଭରୁ

ବାହା ହେବା ପାଇଁ ଦେଇଗଲା ଚିଠି 

ଚାକିରିଟେ କରୁ କରୁ । 

ଚିଠି ଗଲା ଉଡି ଉଡି ଆସ ପ୍ରିୟା ମାଡି ମାଡି 

ଭାଉଜଙ୍କୁ ଜଣା ବିତୁନି ମୋ କାଳ 

ଶେଯ ଟାରେ ଗଡି ଗଡି । 

 

କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 


Rate this content
Log in

Similar oriya poem from Romance