STORYMIRROR

Sunanda Mohanty

Abstract Romance Inspirational

3  

Sunanda Mohanty

Abstract Romance Inspirational

ଭିଜା ମାଟି ମାଆ ର ବାସ୍ନା

ଭିଜା ମାଟି ମାଆ ର ବାସ୍ନା

1 min
203


ବର୍ଷା ଯେବେ ଆସି ପାଦ ପକାଏ

ଭିଆଏ ମାଆ ମାଟିକୁ ବାସ୍ନା ଛୁଟାଏ

ମୟୁର ମାୟୁରୀ ନାଚେ କଦମ୍ବ ଫୁଟାଏ

କୃଷକ ଭାଇର ଭରସା ଜଗାଏ

ନହୁଲି ଅଳସୀ ପ୍ରିୟତମା ମଲ୍ହାର୍ ଗାଏ

ଚକଡା଼ ଚକଡା଼ ଚୁଆ ଜଳରେ ଚାତକିନୀ କିଏ

ଗୋରା ଗୋରା ତାର ପାଦକୁ ଧୁଏ

ଅଲଗା ନିଶାରେ ଜୀବନ ବେଉସାରେ

ଚାଷୀର ଘରଣୀ ବାଟକୁ ଯାଏ

ଛମ ଚ୍ଛାମ୍ ତାର ପାଉଁଜି କହେ

ଏସନ ଫସଲ ଭଲ ହେଉ ମାଆ

ବୃନ୍ଦାବତୀ୍ ଙ୍କୁ ସଞ୍ଜ ସକାଳେ ଜଣାଏ

ଚାଷ ତ ଜୀବନ ଚାଷୀ ଶ୍ୟାମଘନ୍

ଆହାର ସର୍ବେ ଯୋଗାଏ

ମାଆ ମାଟି ସଙ୍ଗେ ଋତୁରେ ଋତୁରେ ବତୁରୁ ଥାଏ

ମାଆ ଗେହ୍ଲା ପୁଅ ଚାଷୀଭାଇ ଆମ ବାହା ଫୁଲାଏ

ଫୁଲିଆ ମେଘ ଟା ନିଶ ଫୁଲାଏ

ଫୁଲେଇ ବରଷା ମାଟି ଭିଜାଏ

ମାଟିମା ର ବାସ୍ନା ମାର ପଣତ ପରାଏ

ବାସ୍ନା ମହକ ପାଇଁ ଏ ଗୋଲକ ବତୁରଥାଏ

ଖାଦ୍ୟ ଓ ଖାଦକ ଦୁହିଁଙ୍କୁ ମାଆ ବାସ୍ନା ଜଗାଏ

ଭିଜା ଭିଜା ଦେହ ସବୁଜ ପଣତେ ମାଆ ମାଟି

ମୁହଁ ଲୁଚାଏ ଫିକ ଫିକ୍ ହସି ପଣତ ଘୋଡାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract