ପ୍ରେମ
ପ୍ରେମ
ପ୍ରେମ ଏମିତିକା
ଅବୁଝା ଗଣିତ
ସହଜେ ହୁଏନା କଷି
କଷି ପାରେ ସିଏ
ଧନ୍ୟ ଏକା ସିଏ
ସଂସାରେ ଚଳେଇ ହସି !
ପ୍ରେମ ଅଟେ ସଦା
ସରସ ଶାଶ୍ୱତ
ସର୍ବ ମନେ ବିକଶିତ
ପ୍ରେମ ଆପେ ଆପେ
ହୁଏ ଏ ଜୀବନେ
ସବୁଠାରୁ ବଡ ସତ୍ୟ !
ସାଗରୁ ଗଭୀର
ଆକାଶୁ ବିଶାଳ
କଳ୍ପନା ନ ହୁଏ କରି !
ତଥାପି କାହିଁକି
ମାନେନା ମୋ ମନ
ବୁଝି ବି ଅବୁଝା ହୋଇ !
ପ୍ରେମ ଟା ନିଶ୍ଚୟ
ଅଟେ ପ୍ରଜାପତି
ଶକ୍ତରେ ଧରିଲେ ଯାଇଟି ମରି
ଅତି ବିଶ୍ୱାସରେ
ଧରିଥିଲେ ତାକୁ
ଉଡି ପଳାଏ ସେ ହାତରୁ ବାହାରି !
ଆଦର ସହିତ
ଧରି ରଖି ଥିଲେ
ହାତେ ରଙ୍ଗ ତାର ରୁହଇ ଲାଗି !
ଯା ମନ ଯେପରି
ଧର ପ୍ରଜାପତି
ଲେଖୁ ଲେଖୁ ପଦେ ଦେଲି ମୁଁ ଲେଖି !
ପ୍ରେମକୁ ପାଇଲେ
ହୃଦୟେ ଖେଳିବ
ଅନେକ ହର୍ଷ ଉଲ୍ଲାସ !
ପକ୍ଷୀଠୁ ନିରୀହ
ଫୁଲଠୁ କୋମଳ
ଅଟଇ ପ୍ରେମର ଭାବ
ସେହି ଭାବ ଯାହା
ଦେହରେ ଲଗାଇ
ସେହି କହି ପାରେ ସିନା !
ପ୍ରେମର ଆହ୍ୱାନେ ଆମେ ପ୍ରେମ କରିଯିବା
ନ ରଖିବା ମନେ ପାପ
ସବୁ ମଣିଷଙ୍କ ହୃଦୟରେ ରହି
ପ୍ରେମର ଜାଳିବା ପ୍ରଦୀପ !
ପ୍ରେମର ବିହୁନେ
ଏ ସାରା ସଂସାର
ହୋଇବ ଟି ଭାଇ ବିଷ !

