STORYMIRROR

Banalaxmi Mohanty

Romance

3  

Banalaxmi Mohanty

Romance

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
205

ରିମ୍ ଝିମ୍ ରିମ୍ ଝିମ୍ ବରଷାରେ 

ପ୍ରିୟା ବସିଥିଲା ମୋ ପାଶରେ

ମେଘ ସାଥେ ଖରା ଦିଶୁଥିଲା ତ୍ୱରା

ଇନ୍ଦ୍ରଧନୁ ପଡିଥିଲା ଆକାଶରେ।। 


 ସାତ ରଙ୍ଗ ଆକାଶରେ ବିକଶେ

 ବରଷାର ବାରିଧାରା ବରଷେ

 ଭିଜୁଥିଲୁ ଆମେ ଦୁହେଁ ବର୍ଷାରେ

 ଇନ୍ଦ୍ରଧନୁ ସାଥେ ନାଚି ହରଷେ।। 


ପ୍ରିୟା ଦେହେ ସାତ ରଙ୍ଗ ଝଲସେ

ଅବୁଝା ମନଟା ମୋର ଉଲ୍ଲସେ

ପ୍ରୀତିର ପହିଲି ମିଠା ଛୁଆଁ ରେ

ଭିଜି ଚାଲିଥିଲୁ ଆମେ ବର୍ଷାରେ।। 


ବର୍ଷା ଭରିଥିଲା ମନେ ପୁଲକ

ଇନ୍ଦ୍ରଧନୁ ଦେଇଥିଲା ଝଲକ

ମନୋଇ ପ୍ରିୟା ତ ଭାରି ଲାଜେଇ

ତା ପ୍ରେମରେ ଦେଲା ମୋତେ ଭିଜେଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance