STORYMIRROR

Bharatabandhu Biswal

Romance Classics Inspirational

3  

Bharatabandhu Biswal

Romance Classics Inspirational

ନିଳାଦ୍ରି ନାଥଙ୍କ ନିଳାଦ୍ରି ବିଜେ

ନିଳାଦ୍ରି ନାଥଙ୍କ ନିଳାଦ୍ରି ବିଜେ

1 min
120


ଗୁଣ୍ଡିଚା ବାହୁଡା ଦଶ ଅବତାର

ହୋଇଲା ଯାତ ସମାପ୍ତ

ଗୋଟି ପହଣ୍ଡିରେ ବିଜେ ହେଉଛନ୍ତି 

ନିଳାଦ୍ରିଶ ଜଗନ୍ନାଥ ।

ନଟିଆ ନାଗର କାଳିଆ ଠାକୁର

ଭାଇ ଭଉଣୀଙ୍କୁ ଧରି

ନବଦିନାତ୍ମକ ଯାତ ସମାପନେ

ଆସୁଛନ୍ତି ଆଜି ଫେରି ।

ଶ୍ରୀମନ୍ଦିରେ ଏକା ରହି ଯାଇଥିଲେ

ସାଆନ୍ତାଣି ଲକ୍ଷ୍ମୀ ମାଆ

ରାଗ ଜରଜରେ ରଥକାଠ ଭାଙ୍ଗି

ଆସିଥିଲେ ଏକମୁହଁ। ।

ବାହୁଡିବା ବେଳେ ସିଂହ ଦୁଆରରେ

ଓଗାଳିବେ ଲକ୍ଷ୍ମୀ ବାଟ

ନଟକୁଟିଆଙ୍କୁ କିଳିବେ କବାଟ

କରିବେ ଚମଟ ହଟ ।

ଭେଟି ଦେବେ ନାଥ ମଧୁର ସ୍ୱାଦିଷ୍ଟ

ରସଗୋଲା ରସାବଳୀ

ଅଭିମାନୀ ପ୍ରିୟା ଭାଙ୍ଗିବେ ଗୁମାନ

ହେବେ ମୁଗ୍ଧା ନିଉଛାଳି ।

ବିଜେ ହେବେ କୁଞ୍ଜେ ରତ୍ନ ସିଂହ।ସନେ

ପୂର୍ଣ୍ଣ ନୀଳ ଅଭିସାର

ପ୍ରେମ ଚିରନ୍ତନ ଅମୃତ ନିର୍ଯ୍ୟାସେ

ସମ୍ଭବେ ସୃଷ୍ଟି ସ°ସାର ।

ନିଳାଦ୍ରି ନାଥଙ୍କ ନିଳାଦ୍ରି ବିଜୟ

ଉପଚାର ଉପହାର

ଦିଅଇ ସନ୍ଦେଶ ପ୍ରେମ ହିଁ ଈଶ୍ୱର

ଶାଶ୍ୱତ ପ୍ରେମ ସୁନ୍ଦର ।

    


Rate this content
Log in

Similar oriya poem from Romance