STORYMIRROR

Sunanda chowdhury

Romance

3  

Sunanda chowdhury

Romance

ଅଲେଖା ଚିଠି

ଅଲେଖା ଚିଠି

1 min
151

ଭାବ ସବୁ ଶବ୍ଦ ହେଇଗଲେ

ଶବ୍ଦ ହେଲେ ଛନ୍ଦ

ହୃଦ ଖୋଲି କହିବି ନା ନାହିଁ

ରହିଗଲା ମନେ ଦ୍ୱନ୍ଦ୍ୱ।


କାଗଜ ରଙ୍ଗ ଗୋଲାପି

କେବେ ସାଦା ଫର୍ଦ୍ଦ

ପ୍ରେମ କେବେ ଇନ୍ଦ୍ରଧନୁ ତ

କେବେ ଅସହ୍ୟ ଦରଦ ।


ଲହୁରେ ଲେଖା ତ ନଥିଲା

ଲୁହରେ ଭିଜି ଥିଲା

ଲେଖା ହେବା ପରେ ପୁଣି

ଲାଜେ ଚିରି ଦିଆଗଲା ।


ପ୍ରେମର ସେ ଇପ୍ସିତ ଠିକଣା

ଲଫାଫାରେ ଲେଖା ନହେଲା

ପ୍ରୀତିର ସନ୍ତକ ଗୋଲାପ ବି

ମଉଳି ଶୁଖିଗଲା ।


ସାଇତି ରଖିଛି ସେ ଅଲେଖା ଚିଠି

ସ୍ମୃତିର ସିନ୍ଦୁକରେ

ଦେଖାହେଲେ କାଳେ ପଢ଼ିନେବେ 

ଭାବ ମୋ ହୃଦୟର ।


Rate this content
Log in

Similar oriya poem from Romance