STORYMIRROR

Sunanda chowdhury

Inspirational

3  

Sunanda chowdhury

Inspirational

ଦେଶଭକ୍ତି ଗୀତ

ଦେଶଭକ୍ତି ଗୀତ

1 min
218


ହିମାଚ୍ଛାଦିତ ପର୍ବତ ଉପରେ

ହାଡ଼ଥରା ଶୀତ କାକରରେ

ମୃତ୍ୟୁ ଭୟକୁ ଜଳାଞ୍ଜଳି ଦେଇ

ସ୍ଥିର, ଜାଗ୍ରତ, ସଜାଗ ସୈନିକର

ପ୍ରତି ନିଃଶ୍ୱାସ ଗୀତ ଗାଏ ଦେଶପ୍ରେମର


ଯୁଦ୍ଧ ଯଜ୍ଞରେ ନିରନ୍ତର, ନିର୍ଭୟ

ବୀରଗତିରୂପୀ ଅର୍ଘ୍ୟ ଦେଇ

ସ୍ବଜନ, ସ୍ବଦେଶର ମମଚା ତୁଟାଇ

ତ୍ରିରଙ୍ଗାରେ ଶୋଇ ଫେରନ୍ତି ଘରକୁ

ତାଙ୍କ ପ୍ରତି ଲହୁବୁନ୍ଦା ସାକ୍ଷୀ ଦେଶଭକ୍ତିର


ମାଟି ସହ ଦେହକୁ ମାଟି କରି

ମୁଣ୍ଡର ଝାଳ ତୁଣ୍ଡରେ ମାରି

ପରିଶ୍ରମ କରନ୍ତି ବଞ୍ଚିବା ପାଇଁ

କୃଷକ, ମଜଦୂର ଦେଖନ୍ତିନି ବଡ଼ ସପନ

ତାଙ୍କ ପ୍ରତି ଲୁହ କହେ କଥା ଦେଶଭକ୍ତିର


ସଭ୍ଯ, ଶିକ୍ଷିତ, ସୁଦକ୍ଷ, ସୁଯଶ

ସୁନାଗରିକ ଗଢିବା ପାଇଁ ପ୍ରଯତ୍ନରତ

ନିଜ ଦାୟିତ୍ବ ତୁଲାନ୍ତି ପ୍ରାଣପଣେ

ନକରି ଲୋଭ କି ଆଳସ୍ଯ କେବେହେଲେ

ଶିକ୍ଷକର ପ୍ରତିଟି ଶବ୍ଦ ବୁଝାଏ ଅର୍ଥ ଦେଶପ୍ରେମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational