STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଗ୍ରୀଷ୍ମ

ଗ୍ରୀଷ୍ମ

1 min
216

ଗ୍ରୀଷମର ରାଣୀ କରି ଠାଣି ମାଣି

ଖରାର ଓଢଣୀ ନାଇଁଲା

ତୃଷାତୁରା ହୋଇ ସିନ୍ଧୁ ନାଳ ନଈ

ଜଳ ସମ୍ପଦ କୁ ଶୋଷିଲା।

ଅଂଶୁଘାତ ସଙ୍ଗେ ମରିଚୀକା ଖେଳ

ପଥିକ ପରାଣ ଘେନିଲା

ବଣ ପଶୁପକ୍ଷୀ ସନ୍ତାପ ଗରମ

କେତେ ପ୍ରାଣ ତାଙ୍କ ନାସିଲା।

ଲତା ଗୁଳ୍ମ ଯାକ ସହିଲେ କଷଣ

ଶୁଷ୍କ ଶୁଷ୍କ ସବୁ ଦିଶିଲା

ଜଳଚର ମୀନ ଅକାଳମରଣ

କେତେ କଲବଲ ସହିଲା।

ଯେବେ ଗ୍ରୀଷ୍ମର ଉତ୍ପାତ ବଢିଲା

ଲତା ମହୀରୁହ ସବୁଜ ସମ୍ପଦ

ଶ୍ରୀହିନ ଶ୍ରୀହିନ ଦିଶିଲା।

ଦହି ସରବତ ବାସି ତୋରାଣୀକୁ

ଖାଇବାକୁ ମନ ଚାହିଁଲା

ଶୁଷ୍କ ଉପବନ ହେଲା ଦୀନହିନ

ହେଲେ କୃଷ୍ଣଚୂଡା ହସିଲା।

ପ୍ରଜାପତିଆ ତା ପାଖୁଡା ମେଲାଇ

ନାଲିରଙ୍ଗ ତାର ବିଞ୍ଛିଲା

ଜଳସମ୍ପଦର କରିଲା ସଂଚୟ

ଜଳଦର କାମ ବଢିଲା ।

ଧନୀକଙ୍କ ପରି ଧନ ଠୁଳକଲା 

କର୍ତ୍ତବ୍ୟରେ ତାର ଲାଗିଲା

ବର୍ଷା ଆଗମନେ ତାର ଅବଦାନ

ଝର ଝର କରି ଢାଳିବ।

ନୂତନ ରୂପରେ ସଜାଇ ଫସଲ

ଧରାକୁ ଫଳପ୍ରସୁ କରିବ

ଋତୁଚକ୍ର ତାର ଘୁରୁଛି ଘୁରିବ

ପରିବର୍ତ୍ତନ ତ ଆସିବ।

ଶୀତ ବରଷା ଓ ଗ୍ରୀଷମ ସନ୍ତାପ

ସବୁ ସହିବାକୁ ପଡିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational