ଆମ ନବ ବର୍ଷେ
ଆମ ନବ ବର୍ଷେ
ତାଙ୍କ ନୂଆ ବର୍ଷେ
କେକ୍ କଟାର ଆଳେ ତାଳେ
ଚାଲେ ମଦ ମାଂସ ନାଚର ଆସର
କ୍ଲବ ହୋଟେଲ ପାଟି ବିଳମ୍ବ ରାତ୍ରିର ।
ଆମ ନବ ବର୍ଷେ
ଅଷ୍ଟପ୍ରହରୀ ଭଜନ କୀର୍ତ୍ତନ
ମନ୍ଦିରେ ମଠରେ ପୂଜା ପ୍ରବଚନ
ପଣା ମହୋତ୍ସବ ପ୍ରସାଦ ସେବନ ।
ତାଙ୍କ ନୂଆ ବର୍ଷେ
ରଙ୍ଗୋଲୀର ଧରି ପସରା
ଲେଖା କୁହା ହ୍ୟାପି ନିଉ ଇଅର
କୋଳାକୋଳି ଶୁଭେଚ୍ଛା ମର୍ଦ୍ଦନ କର ।
ଆମ ନବ ବର୍ଷେ
ମହା ବିଷୁବ ସଂକ୍ରାନ୍ତି ପୂଜାରେ
ମାତା ବୃନ୍ଦାବତୀ ଚଉରା ଉପରେ
ଛାମୁଣ୍ଡିଆ ବସନ୍ତରା ଠେକି ବନ୍ଧାରେ ।
ତାଙ୍କ ନୂଆ ବର୍ଷେ
ଇଂରାଜୀ ବିଦେଶାଗତ ଆଚାର ବିଚାର
ଗ୍ରିଟିଙ୍କସ୍ କାର୍ଡ଼ ଗିଫଟ୍ ଆଦାନ ପ୍ରଦାନ
ଚିକେନ ମଟନ ବିରିୟାନି ଭୋଜନ ଉକ୍ଷଣ ।
ଆମ ନବ ବର୍ଷେ
ଉତ୍କଳୀୟ ସଂସ୍କୃତି ପରମ୍ପରା
ଜଗତର ନାଥ ଜଗନ୍ନାଥ ଧାମେ
ନୂତନ ପଞ୍ଜିକା ଶୁଭାରମ୍ଭ ପରା
ଅରୁଆ ଅନ୍ନ ଭୋଗ ରାଗ ପଣା ଲଗେଇ
ବ୍ରତ ଉପଚାର ମାଙ୍ଗଳିକ କର୍ମକାର ।
ତାଙ୍କ ନୂଆ
ବର୍ଷେ
ଲୋକ ଦେଖାଣିଆ ଭାବନା ପୀରତି
ନାଇଟ୍ କ୍ଲବର ସେଲିବ୍ରେସନଟା ଫିକା
ଅଧା ଲଙ୍ଗଳା ମାତାଲ ନାଚରେ
ଯାନ୍ତବ କ୍ଷୁଧାର ପାଶବିକ କ୍ରୀୟାକିର୍ତ୍ତି ।
ଆମ ନବ ବର୍ଷେ
ଉତ୍ତରାୟଣେ ଗମନ୍ତି
କର୍କଟ ରେଖା ରମନ୍ତି
ମେଷ ରାଶି ପ୍ରବେଶନ୍ତି ସୂର୍ଯ୍ୟଦେବ
ବସନ୍ତ ଶେଷ ଗ୍ରୀଷ୍ମ ଆରମ୍ଭ ହେବ ।
ଆମ ନବ ବର୍ଷେ
ବିଶ୍ଵ ଶାନ୍ତି ହୋମ ପଣା ନୀତିକାନ୍ତି ନାମ
ରାମାୟଣ ପାରାୟଣ ହରିନାମ ସଂକର୍ତ୍ତନ
ହନୁମାନ ପୂଜା ପାଆନ୍ତି ସର୍ବାଗ୍ରେ ପ୍ରାଧାନ୍ୟ
କବିତା ଆସର ବିଷୁବ ମିଳନ ପୁରସ୍କାର ।
ରାଇଜ ମୋର ସଂସ୍କୃତି ମୋର
ପରିଚୟ ମୋର ଓଡ଼ିଆ
ନବ ବର୍ଷରେ ଜୁହାର କରେ
ନମସ୍ତେ ସମସ୍ତେ ବଢ଼ିଆ ।
ନବ ବର୍ଷେ ଆଜି ପଣା ପିଇ ଭଜି
ନାମ ନେବା ଆଦିକନ୍ଦ
ୟୂକ୍ରେନ-ରୁଷ ଯୁଦ୍ଧ ଶେଷ ହେଉ କ୍ଷୁବ୍ଧ
ବିଶ୍ଵଯୁଦ୍ଧ ହେଉ ବନ୍ଦ ।