STORYMIRROR

Madhabi Patel

Inspirational

3  

Madhabi Patel

Inspirational

ନିସ୍ଵ କୁ ବିଶ୍ଵ

ନିସ୍ଵ କୁ ବିଶ୍ଵ

1 min
167


ଗର୍ବର ମଥା ନଇଁଗଲା ମୋର

 ସବୁ ନେଲ ପ୍ରଭୁ ଛଡାଇ।

ଆଶାର ଶିଖର ଛୁଇଁଥିଲି ଯେବେ

ଭୂମିପରେ ଧେଲ ଗଡାଇ।


ଅହଙୂକର ମୋର ହାରିଲା

ଆପଣାର ଏବେ ସଭିଏଁ ଲାଗିଲେ

 ନିସ୍ବ ହୋଇ ବିଶ୍ବ ମିଳିଲା।

ନିସ୍ବ କରି ପୁଣି ଭରିଦେଲ ଥାଳ

ଅନୁକମ୍ପା ଅବା ଛଳନା।


ପରିହାସ ଅବା କଉତୁକ ତୁମ

ତୁମ ଲୀଳା ବୁଝି ପାରେନା।

ଦୂର ରହି ତୁମେ ନାଟୁଆ ଠାକୁର

ଲଗାଇ ଦିଅହେ ଲଢେଇ।


ମୁରୁଖ ମଣିଷ ବୁଝି ପାରେନାହିଁ

ଦିଅପୁଣି କିଆଁ ଛଡାଇ।

ଲୁଟିନିଅ ତାର ଗର୍ବ ଅହଙ୍କାର

ଛାଡିଯାଏ ସବୁ ବଡେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational