ନିସ୍ଵ କୁ ବିଶ୍ଵ
ନିସ୍ଵ କୁ ବିଶ୍ଵ
ଗର୍ବର ମଥା ନଇଁଗଲା ମୋର
ସବୁ ନେଲ ପ୍ରଭୁ ଛଡାଇ।
ଆଶାର ଶିଖର ଛୁଇଁଥିଲି ଯେବେ
ଭୂମିପରେ ଧେଲ ଗଡାଇ।
ଅହଙୂକର ମୋର ହାରିଲା
ଆପଣାର ଏବେ ସଭିଏଁ ଲାଗିଲେ
ନିସ୍ବ ହୋଇ ବିଶ୍ବ ମିଳିଲା।
ନିସ୍ବ କରି ପୁଣି ଭରିଦେଲ ଥାଳ
ଅନୁକମ୍ପା ଅବା ଛଳନା।
ପରିହାସ ଅବା କଉତୁକ ତୁମ
ତୁମ ଲୀଳା ବୁଝି ପାରେନା।
ଦୂର ରହି ତୁମେ ନାଟୁଆ ଠାକୁର
ଲଗାଇ ଦିଅହେ ଲଢେଇ।
ମୁରୁଖ ମଣିଷ ବୁଝି ପାରେନାହିଁ
ଦିଅପୁଣି କିଆଁ ଛଡାଇ।
ଲୁଟିନିଅ ତାର ଗର୍ବ ଅହଙ୍କାର
ଛାଡିଯାଏ ସବୁ ବଡେଇ।