ନୂତନ ଆରମ୍ଭ, ନୂତନ ତୁମେ
ନୂତନ ଆରମ୍ଭ, ନୂତନ ତୁମେ
ନୂତନ ଆରମ୍ଭ କେଡେ ସୁମଧୁର
ମଧୁର ସ୍ମୃତି ତାହାର ।
ନୂତନ ଦୁନିଆ ନୂତନ ଲାଗଇ
ନୂତନର ବ୍ୟବହାର ।
ନୂତନ ସମ୍ପର୍କ ସ୍ଥାପନ ହୋଇଲେ
ବଢିଥାଏ ଅନୁରାଗ ।
ନୂତନ ନୂତନ ବାର୍ତ୍ତାଳାପ ହୁଏ
ଦିନୁ ଦିନ ବଢେ ରାଗ ।
ନୂତନ ଜୀବନ ଆରମ୍ଭ ହୁଅଇ
ଲାଗେ ସବୁ ନୂଆ ନୂଆ ।
ନୂତନ ଭାବର ଆଦାନପ୍ରଦାନ
ହୁଅଇ ଜାଣେ ଦୁନିଆ ।
ନବ ଉଦ୍ଦୀପନା ନବ ଉନ୍ମାଦନା
ଜନ୍ମ ନିଏ କାଳବଳେ ।
ନୂତନ ଆଶାର ହୁଅଇ ସଞ୍ଚାର
ମନ ଅଗଣାର ତଳେ ।
ନୂତନତ୍ବ ଆସି ଆଗେ ଉଭା ହୁଏ
ନୂତନ ବନ୍ଧୁତା ହୁଏ ।
ନୂତନ ପ୍ରୟାସ ନୂତନ ରୂପରେ
ନୂତନତ୍ବ ଖୋଜୁଥାଏ ।
ନୂତନ ତ ତୁମେ ନୂତନ ତ ମୁଁ
ନଥିଲା ତ ଜଣାଶୁଣା ।
ନୂତନ ଆରମ୍ଭ ହେଉଅଛି ଏବେ
ନହେବା ଆମେ ଅଜଣା ।
ତୁମକୁ ଦେଖୁଛି ନୂତନ ମୁଁ ଆଜି
ତୁମେ କି ଦେଖୁଛ କୁହ ?
ସ୍ବାଗତ କରିବା ନୂତନକୁ ଆମେ
ଅବିଶ୍ରାନ୍ତ ଅହରହ ।
ନୂତନ ଆରମ୍ଭ ତୁମ ସହ ହେବ
ଏକଥା କି ଭାବିଥିଲ ?
ତୁମକୁ ନୂତନ ପାଇ ମୁଁ ମଣୁଛି
ଏ ସୃଷ୍ଟି ସବୁଠୁ ଭଲ ।
