STORYMIRROR

suchismita Sahu

Inspirational

4  

suchismita Sahu

Inspirational

ହୃଦୟର କଥା

ହୃଦୟର କଥା

1 min
369

ଲେଖିବାଟ ନୁହେଁ ସହଜ

ଥରେ ମନରେ ହେଜ

ବାକ୍ୟ ସ୍ଫୁରେ ନାହିଁ ମନରେ

ଯେବେ ଜୀବନେ ନଥାଏ କଷ୍ଟ

ହୃଦୟ ର କଥା

ବାକ୍ୟ ହୋଇ ଯେବେ 

ପରିପୃଷ୍ଠ ହୁଏ ଲେଖନୀ ମୁନେ

ପାଠକେ ହୁଅନ୍ତି ସନ୍ତୁଷ୍ଟ ସେହି

ଲେଖକ ଅବା ଲେଖିକା ଜ୍ଞାନେ

କାଗଜ ର ସେହି ମୁକ୍ତା କୁ

ସାଉଁଟି ବା ପାଇଁ

କେତେ ତର୍ଜମା

କେତେ ଆଲୋଡନ

ମନେ ଅସଇ

ଜୀବନ ର ଅନୁଭୂତି ରେଣୁ

ବିଛୁରିତ ହୁଏ ମନ ପ୍ରଗଣେ

କିଛି ରେଣୁ ଆଣି କବି  

 ତା ଲେଖାରେ ବୁଣେ

କେତେ ଅନୁଭୂତି

ସୁଖ, ଦୁଃଖ ଯନ୍ତ୍ରଣା

ସତେ ଯେମିତି ସେ ସବୁ

ଏକ ସୂତ୍ର ରେ ବୁଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational