STORYMIRROR

Salila Sarangi

Inspirational

4  

Salila Sarangi

Inspirational

ଆସୁଛି ମକର

ଆସୁଛି ମକର

1 min
376

ଧୀରେ ଧୀରେ ଶୀତ ଅପସରି ଯିଵ

ଆସୁଛି ପରା ମକର

ଦିନ ଵଡ ହୋଇ ରାତି ଛୋଟ ହେଵ

ତେଜ ବୃଦ୍ଧି ସୂର୍ଯ୍ୟଙ୍କର।


ସୂର୍ଯ୍ୟଙ୍କର ଗତି ଉତ୍ତରାୟଣଟି

ଏଠାରୁ ଛମାସ ଯାଏ

ସର୍ବ ଶୁଭ କର୍ମ ଏହି ସମୟରୁ

ଅନୁଷ୍ଠିତ ହୋଇଥାଏ।


ସର୍ବ ଭାରତୀୟ ସ୍ତରରେ ଏ ପର୍ବ

ପାଳନ କରନ୍ତି ସର୍ଵେ

କେଉଁଠି ପୋଙ୍ଗଲ କେଉଁଠାରେ ଟୁସୁ

ଲୋଡି ପୁଣି କେଉଁଠାଵେ।


କୃଷି ପ୍ରଧାନ ଏ ରାଇଜ ଆମର

ପ୍ରଧାନ ଜିଵୀକା କୃଷି

ନୂତନ ଶସ୍ୟରୁ ପ୍ରସ୍ତୁତ ନୈବେଦ୍ୟ

ଦେବ ଅରପଣେ ଖୁସି।


ଏହି ସଂକ୍ରାନ୍ତିରେ ଉଆ ଚାଉଳରେ

ନଡ଼ିଆ,,କଦଳୀ ଗୁଡ

ଛେନା,ଅଦା, କ୍ଷୀର ଏକତ୍ର ମିଶାଇ

ହୁଏ ମକର ଚାଉଳ।


ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ

ନୈବେଦ୍ୟ ଅର୍ପଣ ପରେ

ଅନ୍ୟ ଦେବାଦେବୀ, ଧାନଖଳା,କ୍ଷେତ

ଭୋଗ ଲାଗି ସବୁଠାରେ।


କେତେକ ସ୍ଥାନରେ ଏହି ସଂକ୍ରାନ୍ତି ରେ

ହୁଅଇ ମକର ମେଳା 

ବିଭିନ୍ନ ପ୍ରକାର ଵିପଣୀ ସହିତ

ଝଲସେ ଆଲୋକ ମାଳା।


ଏ ଶୁଭ ଦିନରେ ଗଙ୍ଗା ସାଗରରେ

ବୁଡ ପକାଇଲେ ଭକ୍ତ

ଏ ଅଲଭ୍ୟ ସ୍ନାନ, ଦାନ ଧର୍ମ କର୍ମ

ଦ୍ଵାରା ପୂଣ୍ୟ ଫଳ ପ୍ରାପ୍ତ।


ଗୁଡି ଉଡା ଏକ ଭିନ୍ନ ପରମ୍ପରା

ଏହି ମକର ପର୍ଵରେ

ସୂତା ନଟେଇ ଓ ଗୁଡି ଧରି ପିଲା

ଉଡାଇଥାନ୍ତି ଖୁସିରେ।


ଜାତି ଧର୍ମ ବର୍ଣ୍ଣ ନିରିଵିଶେଷରେ

ସର୍ଵେ ହୋଇ ଏକକାର

ଭଳି ଭଳି ଗୁଡି ଆକାଶରେ ଉଡି

କହେ ମୂଲ୍ୟ ସମ୍ପର୍କର।

 

ମକର ଚାଉଳ ଧରି ପିତ୍ରାଳୟୁ

ମହାଲକ୍ଷ୍ମୀ ଲେଉଟିବେ

ସ୍ଵହସ୍ତରେ ରାନ୍ଧି ଷାଠିଏ ପଉଟି

ପ୍ରଭୁଙ୍କୁ ପରସି ଦେଵେ।


କର୍ମମୟ ଏହି ଜୀବନ ଭିତରେ

ଟିକିଏ ଆନନ୍ଦ ପାଇଁ

ଏ ପର୍ବପର୍ବାଣୀ ସବୁବେଳେ ଆସେ

ଆମ ପାଇଁ ଖୁସି ନେଇ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational