STORYMIRROR

Hemanta kumar Sahoo

Inspirational

4  

Hemanta kumar Sahoo

Inspirational

ଭୋକ

ଭୋକ

1 min
224

     

ଈଶ୍ବର ପେଶିଲେ ଜଗତ ଧାମକୁ

ଜଞ୍ଜାଳ ଭୋଗିବା ପାଇଁ

ପିଲା ଛୁଆ ଧରି ସନ୍ତୁଳି ହେଉଛି 

ହାତ କାତ ପାଉନାହିଁ ।

ହେଲେ କାହିଁ ଦେଲେ ଏଇ ଭୋକଟିକୁ 

କରୁଛି ବେଶି ଜଞ୍ଜାଳ

ପେଟ ପୋଡିଗଲେ ବୁଦ୍ଧି ହଜିଯାଏ

ଖାଇବା ହେଉଛି କାଳ ।

ସବୁ ଜୀବଜନ୍ତୁ ଭୋଗନ୍ତି ଏ ଦଶା 

ପେଟ ଚାଖଣ୍ଡକ ପାଇଁ

କେତେ ମାଡ ଗାଳି ରକତ ବୁହାନ୍ତି 

ତାର ହିସାବ ନାହିଁ।

ସବୁ ସହି ହେବ ଭୋକ ସହିବନି 

ଯେନତେନ ପ୍ରକାରେଣ 

ଯାହା ମିଳିଯାଉ ପେଟ ପୁରାଇବ 

ଲାଜ ସରମ ଛଡ଼ାଇଣ ।

ଏଇ ପେଟ ପାଇଁ କେତେ ହଣାକଟା 

କେତେ କସରତ ଚାଲେ 

ରାତି ପାହିଗଲେ କ'ଣ ଖାଇବା 

ସେ ବିଚାର ଆଗେ ଚାଲେ ।

ଚୋରି ଡକାୟତି ସବୁରି ଧନ୍ଦା ତ 

କେବଳ ଏ ଭୋକ ପାଇଁ

ଟଙ୍କା ଗାଦି ପରେ ବସି ଯାଉଛନ୍ତି

ଛୁରୀ ବନ୍ଧୁକ ଦେଖାଇ ।

ସବୁ ପ୍ରାଣୀ ନିଜ ଭୋକ ମେଣ୍ଟାଇବେ 

ନିଜର ଫନ୍ଦି ଫିକରେ 

କିଏ ପର ଘରେ ଅଇଁଠା ବାସନ 

ମାଜେ ପେଟର ଲୋଭରେ ।

ବଡ଼ ମାନେ ସିନା ଯାହା କିଛି କରି 

ନିଜ ପେଟ ପୋଷୁଛନ୍ତି

ହେଲେ ଛୋଟ ଛୁଆ ସେ କ'ଣ ଜାଣନ୍ତି 

ଯାହା ଦେଲେ ଖାଇଥାନ୍ତି।

ଏଇ ପେଟ ପାଇଁ ନିଜ ଘର ଛାଡ଼ି 

ଯାଆନ୍ତି ପ୍ରବାସୀ ହୋଇ

ଏଇ ପେଟ ପାଇଁ କେତେକ ଅଛନ୍ତି

ବଞ୍ଚନ୍ତି କିଡନୀ ଦେଇ ।

ଦେଶ ବିଦେଶକୁ ଧାମନ୍ତି କେତେକ 

ବଡ଼ ଚାକିରିଆ ହୋଇ 

ଧନ କମାଇବେ ପେଟକୁ ପାଳିବେ

ନିଜ ପରିବାର ପାଇଁ ।

ଏ ଭୋକ ନଥିଲେ କିଛି ତ ନଥାନ୍ତା 

ଥାଆନ୍ତେ କି ଆମେମାନେ

ଧନ୍ୟ ମହାପ୍ରଭୁ କିପରି ବିଚାର

ଦେଇଛ ଏ ଧରାଧାମେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational