STORYMIRROR

Rajeswari Panda

Inspirational

3  

Rajeswari Panda

Inspirational

ମା

ମା

1 min
142

ମା ତୋ ପଣତ ଥିଲା ମୋ ଜଗତ

ନଥିଲା ଟିକେବି ମୋହ 

ପଣତ ଛାଡ଼ିଲି ମୋହେ ବୁଡ଼ିଗଲି

ଛାତିରେ ଭରିଲା କୋହ ll


ସୁଖର ସାଥୀ ମୋ ଦେଖାଇଲେ ପ୍ରୀତି

ଛାଡ଼ିପାରିଲିନି ମୋହ 

କ୍ଷଣ ଆଲିଙ୍ଗନ ମିଥ୍ୟାର ଦହନ

ଦୁଃଖ ଦିଏ ଅହରହ ll


ତୁହି ଯେବେ ଥିଲୁ ମାଆ ମୋହରି ଦୁନିଆ

ଭୁଲିଥିଲି ସବୁ ଦିଅଁ 

ବାହାର ଦୁନିଆ କରିଲା କିମିଆଁ

ଦୁଃଖ ପକାଇଲା ନିଅଁ ll


ମୋ ଦୁଃଖ ସବୁକୁ ସାଉଁଟି ନେଇ ତୁ

ଦେଲୁ ମୋତେ ପରିଚୟ 

ସୁଖର ପସରା ଯାହାକୁ ଭାବିଲି

ସିଏ ହେଲା ନିରିଦୟ ll


କେଉଁ ଜନମର ପାପ ପାଇଁ ଆଜି

ତୋଠୁ ଦୂରେଇ ରହିଛି କହ 

ସେନେହ ତୋର ପଡ଼ିଗଲେ ମନେ

ଆଖିରୁ ଝରଇ ଲୁହ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational