STORYMIRROR

Rajeswari Panda

Fantasy

4  

Rajeswari Panda

Fantasy

ରେ ମନ

ରେ ମନ

1 min
394


ରେ ମନ

ଆଶା ତୋର କିଆଁ ସୀମା ହୀନ

ରେ ମନ

ମିଛ ଛଳନାର ଏହିଯେ ବନ୍ଧନ

ଘାଣ୍ଟି ହେବୁ କେତେ ଦିନ l

ରେ ମନ

ଜୀବନ ଜୀବିକା ସାଥେ ସୁଖ ଆଶା

ଚିରାୟତ ଆବର୍ତ୍ତନ,

ଆଶା ସପନର ଅତୃପ୍ତ ବାସନା

ଆଣେ ଜ୍ୱାଳାର ପ୍ଳାବନ ll

ରେ ମନ

କାନ୍ଦଇ ହୃଦୟ ହୋଇଣ ଅଥୟ

ଛାଡ଼ିଗଲେ ପ୍ରିୟ ଜନ,

ଅଳୀକ ଅସାର ଏସବୁ ଆଦର

ଛାଡ଼ିଯାଏ ଖାଲି ଚିହ୍ନ ll

ରେ ମନ

ସପନର ମାୟା ସମ୍ପର୍କର ଛାୟା

କରେ ଅନ୍ତର ଦହନ,

ମିଛ ସମ୍ପର୍କର ଏଇ ତ ଦୁନିଆ

ଅଭିନୟେ କଟେ ଦିନ ll

ରେ ମନ

ଜନମ ମରଣ ଦୁଇଟି ଦର୍ପଣ

ମଝିରେ ଆୟୁ ଦର୍ଶନ,

ମୋର ମୋର ଟାଣ ଲାଗେ ମୂଲ୍ୟହୀନ

ଖୋଲିଲେ ଦିବ୍ୟ ଚେତନ ll

ରେ ମନ

ଆଶା ତୋର କିଆଁ ସୀମା ହୀନ

ରେ ମନ

ମିଛ ଛଳନାର ଏହିଯେ ବନ୍ଧନ

ଘାଣ୍ଟି ହେବୁ କେତେ ଦିନ l

ରେ ମନ

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy