STORYMIRROR

Rajeswari Panda

Others

4  

Rajeswari Panda

Others

ମୌସୁମୀ

ମୌସୁମୀ

1 min
405


କିଏ ? ମୌସୁମୀ! ତୁମେ ସତରେ ଆସିଛ

ତୁମ ବାଲ୍ୟ ସଖୀ ନିକଟକୁ,

ଏ ପ୍ରକୃତି କଥା ତୁମ ମନେ ଥିଲା ସଖୀ

ନା ଏମିତି ବୁଲି ଦେଖିବାକୁ ll


ରବିତ ତାଙ୍କ ରାଗ ସୁଜେଇ ଚାଲିଗଲେ

ମୋ ହୃଦୟରେ ନିଆଁ ଲଗେଇ,

ତୁମେ ପୁଣି କଣ ପାଇଁ ଆସିଛ ମୌସୁମୀ

ମୋ ଜ୍ଵଳନକୁ ଦେଖିବା ପାଇଁ ll


ଜଳିବା ତ ମୋ ଦେହସୁଆ ହୋଇଗଲାଣି

କିଏ ବା କଣ କରିପାରିବ ?

ତୁମେବି ତ ମୌସୁମୀ ପରର ଅଧୀନ ନା

ମୋ ପାଖେ କଣ ରହିପାରିବ ??


ଜାଣିଛି, ଜାଣିଛି ତୁମେ ପାରିବନି ମୌସୁମୀ

କିଛି ମୁହୂର୍ତ୍ତ ପାଇଁ ଆସିଛ,

ମୋ ମନରେ ଟିକେ ସାନ୍ତ୍ଵନା ଦେବା ପାଇଁ

ଆଉ, ମୋତେ ଦେଖି ହସୁଛ ll


ରବିଙ୍କ କ୍ରୋଧରେ ମୋ ସୌନ୍ଦର୍ଯ୍ୟ ଖିନ୍ ଭିନ୍

ତୁମେ ତାକୁ ଫେରାଇ ପାରିବ ?

ନା ଆଉ ବାକି ଥିବା ସୌନ୍ଦର୍ଯ୍ୟ ଟିକକକୁ ବି

ତୁମେ ପୁଣି ଭସାଇ ନଷ୍ଟ କରିଦେବ ll


କୁହ ମୌସୁମୀ କୁହ ଛଳନା କରୁନତ ?

ଭରସା ପାଇଁ ସାହସ ନାହିଁ,

କେମିତିବା ଆଉ ସାହସ କରିବି କୁହ

ଜଳି ଜଳି ଶେଷ ହେବା ପାଇଁ ll


ଏମିତି ଅନକ ଥର ଭରସା କରିଛି

ଆଉ ଶେଷ ଧୋକା ପାଉଣା,

କେତେବେଳେ ରବିଙ୍କ ତାଡ଼ନା ତ ପୁଣି

କେତେବେଳେ ତୁମର ଛଳନା l


ସୌନ୍ଦର୍ଯ୍ୟ ପିପାସୁ ମାନବ ମାନେ ଡରିଲେଣି

ମୋର ବିଭତ୍ସ ରୂପକୁ ଦେଖି,

କିନ୍ତୁ ମୋର ଏଇ ବିଭତ୍ସ ଚେହେରାଟି ଯେ

ଅମାନବିକତାର ମୂକ ସାକ୍ଷୀ ll


ତୁମର ବା ଏଥିରେ ଦୋଷ କଣ ମୌସୁମୀ

ତୁମେ ତୁମ ନିୟମରେ ବନ୍ଧା,

ବହୁ ସ୍ବପ୍ନ ନେଇ ତୁମେ ଆସ ମୋ ନିକଟକୁ

କିନ୍ତୁ ସ୍ବପ୍ନ ରହିଯାଏ ଅଧା ll


ଶରତ ଡାକରେ ତୁମେ ପୁଣି ଫେରିଯାଅ

ତୁମର ସେଇ ପୂର୍ବସ୍ଥାନକୁ,

ଆଉ ମୋତେ ପୁଣି ଏକା ଛାଡ଼ି ଦେଇଯାଅ

ରବିଙ୍କ କ୍ରୋଧରେ ଜଳିବାକୁ ll


ଆମେ କଣ ଏକାଠି ରହିପାରିବା ନାହିଁ

ଦୁହେଁ ଜୀବନ ସଙ୍ଗିନୀ ହୋଇ ?

ହଁ ନିଶ୍ଚୟ ପାରିବା ପାରିବାନି କାହିଁକି

ଅମାନବିକତା ଦୂରେଇଲେ

ଆମେ ଦୁହେଁ ଯିବା ସାଥୀ ହୋଇ

ସୌନ୍ଦର୍ଯ୍ୟ ଭରା ପୃଥିବୀଟେ ଗଢ଼ିବା ପାଇଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍