STORYMIRROR

Rajeswari Panda

Others

4  

Rajeswari Panda

Others

କ୍ଳାନ୍ତ ପଥିକ

କ୍ଳାନ୍ତ ପଥିକ

1 min
395


କ୍ଲାନ୍ତ ପଥିକ ମୁଁ ଜୀବନ ରାସ୍ତାରେ

ଖୋଜୁଅଛି ତୁମ ପାଦ ଚିହ୍ନ,

କାଳେ ସେଇ ଚିହ୍ନେ ଅବଶ ପାଦମୋ

ବାଛିନେବ ପଥ ଏକ ଭିନ୍ନ ll


ନୀରବ ନିଶୀଥେ ନିର୍ଜନ ବେଳାରେ

କ୍ଳାନ୍ତ ପଣେ ଯେବେ ହୁଏ ଝୁରି,

ଅନନ୍ତ ଅକୁହା ବ୍ୟଥା ସବୁ ଆସି

ଜୀବନ ଥାଇ ଦିଅନ୍ତି ମାରି ll


ନିର୍ଜନତା ଦିଏ ନୀରବ ଯନ୍ତ୍ରଣା

ଅତୀତ ସ୍ମୃତିକୁ ହୁଏ ଝୁରି,

ଗୋପନେ ମରମେ ଜାଗେ ଆକୁଳତା

ତନୁମନ ଉଠନ୍ତି ଶିହରୀ ll


ତନୁମନ ଲୋଡ଼ନ୍ତି ତୁମରି ଆଶ୍ଳେଷ

ପାଗଳିନୀ ନିର୍ଝରିକା ପରି,

ତୁମ ପରଶର ଅଦେଖା ପୁଲକେ

କ୍ଳାନ୍ତ ପଣ ମୋ ଯାଆନ୍ତା ମରି ll


ଏକା ଏକା ପଥ କେତେ ବା ଚାଲିବି

କ୍ଳାନ୍ତ ପଣ ଦେଲାଣି ବାରତା,

ପଥିକଟେ ମୁଁ ଲୋଡ଼ୁଅଛି ବିଶ୍ରାମ

ଭୁଲିବାକୁ ସାଥୀ ହରା ବ୍ୟଥା ll


ସତେକି ଫେରିବ,ସାଥେ ମୋତେ ନେବ

ତୁମେ ଗୋ ସାଥୀ ବାଟ କଢ଼ାଇ,

ବିନା ଦ୍ବିଧାରେ ମୁଁ ତୁମରି ସାଥିରେ

ଯିବାକୁ ପାଦ ଦେବି ବଢ଼ାଇ ll


କ୍ଳାନ୍ତ ପଣ ସାଥେ ଏକାକୀ ଜୀବନ

କଷ୍ଟ ଦେଉଅଛି ବାରମ୍ବାର

ତୁମ ପାଦ ସାଥେ ମୋ ପାଦ ମିଶିଲେ

ଲଙ୍ଘି ଯିବି ପଥ ବହୁ ଦୂର ll

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍