Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajeswari Panda

Classics

3  

Rajeswari Panda

Classics

ତୁମେ ଅଛ ପ୍ରଭୁ

ତୁମେ ଅଛ ପ୍ରଭୁ

1 min
132



ତୁମେ ଅଛ ପ୍ରଭୁ ମୋ ମନ ମନ୍ଦିରେ,

ତୁମ ଛବି ନାଚେ ପ୍ରତି ପଲକରେ l

    ସର୍ବ ଶକ୍ତିମାନ

    ତୁମେ ନାରାୟଣ

ବାସ ପରା ତୁମ ସବୁରି ଅନ୍ତରେ,

ତୁମେ ଅଛ ପ୍ରଭୁ ମୋ ମନ ମନ୍ଦିରେ ll


ତୁମେ ମୋ ସାହାରା ତୁମେ ମୋ ଜୀବନ,

ମିଛ ଛଳନାର ନୁହେଁ ଏ ବନ୍ଧନ l

     ହେ ଚକାନୟନ

     ମୋ ଜୀବ ଜୀବନ

ତୁମେ ତାରା ମୋ ଶୂନ୍ୟ ଆକାଶରେ,

ତୁମେ ଅଛ ପ୍ରଭୁ ମୋ ମନ ମନ୍ଦିରେ ll


ସର୍ବସ୍ବ ସମର୍ପି ଚରଣେ ତୁମରି,

ଜୀବନ ଦେଇଛି ତୁମ ନାମେ କରି l

     ନୀଳାଦ୍ରିବିହାରୀ

     ହେ ଭବନାଉରୀ

ତୁମେ ନାଉରିଆ ଜୀବନ ନାଆରେ,

ତୁମେ ଅଛ ପ୍ରଭୁ ମୋ ମନ ମନ୍ଦିରେ ll


ଅଶାନ୍ତ ଅକୁହା ଅନ୍ତର ଦହନ,

ଶାନ୍ତ କରି ତୁମେ ତୃପ୍ତ କର ପ୍ରାଣ l

      ହେ ଦୁଃଖନାଶନ

        ପତିତପାବନ

ଆସ ତନ୍ଦ୍ରାଚ୍ଛନ୍ନ ସପନ ଦୋଳାରେ

ତୁମେ ଅଛ ପ୍ରଭୁ ମୋ ମନ ମନ୍ଦିରେ ll


କମଳା ବଲ୍ଲଭ କରୁଣା ସାଗର,

ମୋ ମନ ହୃଦୟ ସବୁତ ତୁମର l

       ଦୟାର ସାଗର

      ହେ ବଡ଼ ଠାକୁର

ମନ ମୋର ରହୁ ସଦା ତୁମଠାରେ,

ତୁମେ ଅଛ ପ୍ରଭୁ ମୋ ମନ ମନ୍ଦିରେ ll


Rate this content
Log in

Similar oriya poem from Classics