STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଜୀବନର ପରିସୀମା

ଜୀବନର ପରିସୀମା

1 min
199

ଜୀବନର ପରିସୀମା ଏକ ଅପରିମେୟ ରାଶି

ଅନିର୍ଦ୍ଦିଷ୍ଟ ଏ କ୍ଷେତ୍ରର ଲମ୍ଵ ପ୍ରସ୍ଥ

ଲମ୍ଵିଥାଏ ସରଳ ବକ୍ରରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ

ଗୋଟିଏ ସୂତ୍ରର ଆଧାରରେ ନିର୍ଣ୍ଣୟ କରି

ହୁଏନା ତାର ନିର୍ଦ୍ଦିଷ୍ଟ ମାନକ ଫଳାଫଳ

କିଛି କିଛି ସାମଞ୍ଜସ୍ୟ ମଧ୍ୟରେ

ଅନେକ କିଛି ରହିଥାଏ ପୃଥକ୍ ପୃଥକ୍

ବ୍ୟକ୍ତି ବିଶେଷଠାରୁ ବ୍ୟକ୍ତି ବିଶେଷ ମଧ୍ୟରେ

ରୂପ ଗୁଣରେ ରହିଛି ରହିବ ପ୍ରଭେଦ

ସ୍ୱଭାବ ଚରିତ୍ର ଆଚରଣ ହୋଇଥାଏ ଭିନ୍ନ 

କିଛି ସମାନତା ଭିତରେ ଅନେକ ବ୍ୟତିକ୍ରମ

ରୁଚି ନୀତି ଆଦର୍ଶ ବି ଅଲଗା ଅଲଗା

ଶିକ୍ଷା ସଂସ୍କୃତି ଅଭିଜ୍ଞତା ଅନୁଭବ

ଚିନ୍ତାଧାରାକୁ କରୁଥିଲେ ବହୁ ପ୍ରଭାବିତ

ସହଜରେ ଜଣେ ଗ୍ରହଣ କରି ପାରେନା ସବୁ

ବୋଧହୁଏ ସେଇଥି ପାଇଁ ମାନବ ଜାତିର

ନାନା ବିଭେଦତା ନାନା ଦର୍ଶନରେ ବିଭକ୍ତ

ତାର ଆକଳନ କରି ଚୂଡାନ୍ତ କରିବା

ନିର୍ଦ୍ଦଷ୍ଟ ଭାବରେ ହୁଏ ନାହିଁ ସମ୍ଭବ

ସଭ୍ୟତାର କ୍ରମବିକାଶରେ ହୁଏ ପରିବର୍ତ୍ତନ

ପରିବେଶ ପରିସ୍ଥିତିର ପ୍ରତିକୂଳ ଅବସ୍ଥା

ମାନସିକତାକୁ କରିଥାଏ ନିୟନ୍ତ୍ରଣ

ତଥାପି ଏକ ସରସ ସୁନ୍ଦର ଜୀବନ ପାଇଁ

ମଣିଷ ତାର ସାମାଜିକ ସ୍ତରକୁ ନେଇ

ନିର୍ଣ୍ଣୟ କରିଥାଏ ତା' ଜୀବନର ପରିସୀମା

ପରିବାରଠାରୁ ସମାଜର ଯେତେ ସଂପର୍କୀୟ

ଚିହ୍ନା ଅଚିହ୍ନଙ୍କ ସହିତ କରେ ଭାବ ବିନିମୟ 

ଅନ୍ତରରେ ରଖି ଅନାବିଳ ଆନ୍ତରିକତା 

ବିଭିନ୍ନତା ଭିତରେ ଆଣିଥାଏ ଏକତା

ଭଲପାଇ ଅନ୍ୟର ଜୀବନ ପ୍ରତି ହୁଏ ଦୟାଶୀଳ

ଦେଖାଏ ସହାନୁଭୂତି କରେ ଅନୁକମ୍ପା

କରି ପୁଣି ବିଚାର ହୁଏ ସମ୍ଵେଦନଶୀଳ 

ମାନବୀୟ ମହତ ଗୁଣାବଳୀକୁ ଦିଏ ସମ୍ମାନ

ସମୂହ କଲ୍ୟାଣ ମଧ୍ୟରେ ପାଏ ତୃପ୍ତି

ମାର୍ଜିତ ଶୃଙ୍ଖଳିତ ସଂଯମୀ ହୋଇ ସେ

କରେ ତାର ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ

ସୁଖ ଦୁଃଖରେ ସହଯୋଗୀ ସହଭାଗୀ ହୋଇ

ନିର୍ଣ୍ଣୟ କରେ ତା' ଜୀବନର ପରିସୀମା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational