ବାଲ୍ମୀକି ବନ୍ଦନା
ବାଲ୍ମୀକି ବନ୍ଦନା
ବନ୍ଦଇ ବାଲ୍ମୀକି ମହା ମୁନୀ ଆଦି କବି l
ଆର୍ଯ୍ୟାବର୍ତ୍ତେ ବୁହାଇଲ ଭକ୍ତିର ଜାହ୍ନବୀ ll
ତମସା ତଟରେ ଦେଖି କ୍ରୋଉଞ୍ଚର ବିକଳ l
ଶୋକ ଗଦ ଗଦ କଣ୍ଠେ ପଂକ୍ତିଏ ଲେଖିଲ ll
ଶୋକୁଜାତ ସେହି ପଂକ୍ତି ଭବେ ଆଦିଶ୍ଳୋକ l
ଜୟ ସୁମାଳୀ ନନ୍ଦନେ ଜୟ ପୁଣ୍ୟ ଶ୍ଳୋକ ll
କଥା ଅଛି ଦସ୍ୟୁ ରତ୍ନାକର ମହା ପାପୀ l
ମହାକବି ବାଲ୍ମୀକି ଓଲଟା ରାମ ଜପି ll
ଦିବ୍ୟଦୃଷ୍ଟି ବଳେ ଦେଖି ରାମକଥା ମାନ l
ରଚିଗଲ ପୂଣ୍ୟ କାବ୍ୟ ଶୀରି ରାମାୟଣ ll
ଆଶ୍ରମେ ନିବାସକଲେ ସୀତା ନିର୍ବାସିତା l
କାଳେ ହେଲେ ଯମଜ ସନ୍ତାନଙ୍କର ମାତା ll
କୁଶ ଲବେ ବାଲମୀକି ଦେଇ ସର୍ବ ଜ୍ଞାନ l
ଶିଖାଇଲେ ପୁଣ୍ୟକାବ୍ୟ ରାମାୟଣ ଗାନ ll
ଶ୍ରୀରାମଙ୍କ ଅଶ୍ୱମେଧ ଯଜ୍ଞ କାଳେ ଯାଇ l
ଚମତ୍କୃତ କଲେ ସଭା ରାମାୟଣ ଗାଇ ll
ଶ୍ରୀରାମ ଚିହ୍ନିଲେ ମୋର ପୁତ୍ରମାନେ ଏହି l
ବସୁଧା ବିଦୀର୍ଣ୍ଣହୋଇ ପଶିଲେ ବୈଦେହୀ ll
ନମଃ ମହାକବି ମହା କାବ୍ୟ ରାମାୟଣ l
ରାମ ଜାନକୀ ଭରତ ସୌମିତ୍ରୀ ଶତ୍ରୁଘ୍ନ ll
