STORYMIRROR

Debadatta Pradhan

Inspirational

4  

Debadatta Pradhan

Inspirational

ଲୁହନଈ

ଲୁହନଈ

1 min
407

ଈଶ୍ବର ଈଶ୍ବର ବାଲେ ପ୍ରତିଥର

ନିଃସ୍ବ ମୁଁ ନିଃସଙ୍ଗ ମହୀରେ

ଈଶ୍ବର ବିଶ୍ବାସୀ ଆଜନ୍ମୁ ସାହସୀ

ଆହାତ ହୁଏ ଦେହୀରେ।


ଆହାଃ କି ସମୟ ଆଣିଛି ପ୍ରମେୟ

ଉଦୟ ଭାରତ ତଟେ

ଜାତି ଜାତୀୟତା ମୃଣ୍ମୟ ଅସ୍ମିତା

ବିସ୍ମିତ ଚିତରେ ଲୋଟେ।


ପ୍ରତିଟି ମୁହୂର୍ତ୍ତ ସେ ଯେଣୁ ତୁଷାର୍ତ୍ତ

ବିଷାଦ ନ ପାଇ ବଳ

ବେଳୁବେଳ ମାତ୍ର ଦୁର୍ବଳ ମୋ ଗାତ୍ର

ଆଖି ଆଗେ ଢଳଢଳ।


ସ୍ବାର୍ଥକୁ ଚିପୁଡି ଆର୍ତ୍ତୀକୁ ଶଙ୍ଖୋଳୀ

ଆରତୀ ଢାଳେ ମର୍ତ୍ତ୍ୟରେ

କେତେଦିନ ଆଉ କନ୍ଦାଇବ ମୋତେ

ନିଃଶବ୍ଦ କଣ୍ଠ ସତରେ।


ଯେତେ ମୁଁ ଆଦରେ ସେତେ ସେ ଖେଦରେ

ସଂପର୍କର ଡୋରି ଧରି

ଅପରାହ୍ନ କାଳେ ଡାକେ ମୁଁ ବିକଳେ

ଦିଅ ଦେଖା ଅବତରୀ।


ନିରବଧି କେତେ ଲୋଡେ ପଦାଗ୍ରତେ

ଭିଡେ ତବ ତପୋବଳ

ବିଶ୍ବର ମଙ୍ଗଳେ ଆସ ମଙ୍ଗୁଆଳେ

ଦୁଃଖ ଯାଉ ତଳାତଳ।


ଅରିଷ୍ଟ ନ,ରହୁ ଗରୀଷ୍ଠତା ଥାଉ

ପ୍ରାଣୀଙ୍କ ଆରତ କାଳେ

ଦେଖି ଦୁଃଖୀଜନେ ଲାଘବ ଆସ୍ଥାନେ

ପୋଛିବକି ଲୁହପଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational