ଜନ୍ମାଷ୍ଟମୀ
ଜନ୍ମାଷ୍ଟମୀ
ରୋହିଣୀ ନକ୍ଷେତ୍ର
କୃଷ୍ଣ ଅଷ୍ଟମୀରେ
ଭାଦ୍ରଵ ମାସେ ଜନ୍ମିଥିଲେ କଳା ଗୋସାଇଁ ।
ଜନ୍ମାଷ୍ଟମୀ ବୋଲି
ସେହିଦିନୁ ଖ୍ୟାତ
ଆନନ୍ଦେ ପାଳନ୍ତି ସମସ୍ତେ ଧରାରେ ରହି ।
ନଂଦ ଘରେ ଆନନ୍ଦ
ହସନ୍ତି କଳା ଗୋବିନ୍ଦ
ଜନ୍ମାଷ୍ଟମୀରେ ସେ ଜନମ ଲଭି ।
ଦେବକୀ ମନେ ବିଷାଦ
ଥରଇ ତାଂକର ହୃଦ
ବଂଦୀଘରେ କଳାକୃଷ୍ଣ କୁ ଭାବି ।
ଦ୍ୱାରେ ଦ୍ୱାର ପାଳ
ଜାଗେ ଜଗୁଆଳ
ନିଶାର୍ଦ୍ଧ ରାତ୍ର ରେ ଗଲେ ଯେ ଶୋଇ ।
ବନ୍ଦୀ ଗୃହ ସବୁ
ଫିଟିଣ ଯେ ଗଲା
ବସୁଦେବ ଚାଲେ କୃଷ୍ଣଙ୍କୁ ନେଇ ।
ପ୍ରବଳ ଗର୍ଜନେ
ମେଘ ବର୍ଷୁ ଥିଲା
ନାଗ, କରୁଥିଲେରକ୍ଷା ଫଣା କୁ ଫେଇ ।
ଯମୁନା ର ପାଣି
ବାଟ ଛାଡି ଦେଲା
ଗୋପେ ପହଂଚିଲେ ତତକ୍ଷଣେ ଯାଇ ।
ସେହି ନିଶାର୍ଦ୍ଧରେ
କୃଷ୍ଣ ଙ୍କୁ ସେଠାରେ
ଯଶୋଦା ଙ୍କ ପାଖେ ଶୁଆଇ ଦେଇ ।
କନ୍ୟା ରତ୍ନ ଧରି
ବସୁଦେବ ଫେରି
ଦେବକୀ ଙ୍କୁ ଦେଲେ ଯତ୍ନ ରେ ନେଇ ।
ନିଶାର୍ଦ୍ଧ ରାତ୍ର ରେ
ସବୁ ଘଟୁଥିଲା
କେହି ନ ପାରିଲେ ଯାଣି ।
ପ୍ରଭୁ ଙ୍କ ମାୟା କୁ
କିଏ ବା ବୁଝିବ
ବ୍ରହ୍ମା ନ ପାରନ୍ତି ଭଣି ।
ସକାଳୁ ଉଠି
ଦେଖନ୍ତି ନନ୍ଦ
ଶୋଇଛି କଳା ଶ୍ରୀ କୃଷ୍ଣ
ବସୁଦେବ ଙ୍କ
ମନ ରେ ଖେଦ
ଲାଗୁ ନାହିଁ ତାଙ୍କ ମନ ।
ଫାଟି ପଡେ ଆଜି
ଗୋପର ନଗରୀ
ଖେଳଇ ଆନନ୍ଦ ଲହରୀ ।
ବନ୍ଦୀ ଶାଳ ଗୃହେ
ମାତା ଦେବକୀ ଙ୍କ
ମନ ଦୁଃଖ ହୁଏ ଭାରି ।
ଜଗତ କରତା
ଜଗତ ର ନାଥ
ଜଗତ ତାଙ୍କ ଭିଆଣ ।
ଫଳ କୁ ନ ଭାବି
କର୍ମ କରି ଚାଲ
ସବୁ ଦେବେ ଭଗବାନ ।
ଅଚିନ୍ତ୍ୟ ନିର୍ଦ୍ୱନ୍ଦ୍ୱ
ପରମ ବ୍ରହ୍ମ ହିଁ
ଏ ଜଗତ ତାର ଶକ୍ତି ।
ଜୀବ ହିତେ ରତ
ସ୍ୱୟମ୍ଭୁ ବିଧାତା
ତାଂକୁ କରି ଥାନ୍ତି ଭକ୍ତି ।
ଭକ୍ତି ରେ ଅଛଇ ଶକ୍ତି
ପାଇ ଥାଏ ସିଏ ଶାନ୍ତି
ପ୍ରଭୁଙ୍କ କୀର୍ତ୍ତନ ନିତ୍ୟ କରେ ଭକତ ।
ଦୟାମୟ ହରି
ଦ୍ୟନ୍ତି ପୁରସ୍କାର
ଜୀବ ଗଲା ବେଳେ ସିଏ ନିଏ ସୁକୃତ ।