ମୋତେ ରକ୍ତ ଦିଅ
ମୋତେ ରକ୍ତ ଦିଅ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପାହାଡ଼ି ମୂଷାଟି ପଳାଇଛି ଆଜି
ଆଖିରେ ଆଙ୍ଗୁଳି ଗେଞ୍ଜି l
ଇଂରେଜୀ ପଢୁଆ ସାହିବ ଅବାକ
ନେତାଙ୍କ ନେତା ନେତାଜୀ ll
ବର୍ଲିନ ରେଡିଓ ବାର୍ତ୍ତା ଭାସି ଆସେ
ଦେଖରେ ସାହିବ ଦେଖ l
ନୀର୍ଭିକ ସୁଭାଷ ଭାରତ ସନ୍ତାନ
କଇଁଛ କାଢ଼ିଛି ବେକ ll
ଜରମାନି ତୁମ୍ଭ ଶତ୍ରୁ ସିନା ବାବୁ
ମୋହର ଅଟେ ସେ ମିତ୍ର l
ସ୍ୱାଧୀନତା ନିଶ୍ଚେ ଛଡ଼ାଇ ମୁଁ ନେବି
ଦେଇ ଚାପୁଡ଼ା ଶକତ ll
ଦେଖରେ ମାଡୁଆ ମଣିପୁର ବକ୍ଷେ
ଉଡ଼ାଇଛି ମୁଁ ତ୍ରିରଙ୍ଗା l
ଦିଲ୍ଲୀ ଚଲୋ ମୁହିଁ ଡାକରା ଦେଇଛି
ତୁମ ମୁହଁ ହେବ ଭଙ୍ଗା ll
ରକ୍ତ ଦିଅ ଭାଈ ରକ୍ତ ମୋତେ ଦିଅ
ମୋ ଦେଶ ଭଉଣୀ ଭାଈ l
ଶିରରେ ଲେଖିଛି ରକତ ଟୀକା ମୁଁ
ସ୍ୱାଧୀନତା ଦେବି ଥୋଇ ll