Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଚଷମା

ଚଷମା

1 min
257


ବଇଠକ ଘରେ ବିନା ଚଷମାରେ

ପଢ଼ନ୍ତି ଜେଜେ ଖବର କାଗଜ

ଚଷମା ନପିନ୍ଧି କିପରି ପଢ଼ୁଛ

କୁନା କହେ ମୋତେ କୁହ ହେ ଜେଜ ।


ପାକୁଆ ପାଟିରେ ପାନକୁ ଚୋବାଇ

ଜେଜେ ଗେହ୍ଲେଇ କହନ୍ତି କୁନାକୁ

ଜଳଜଳ କରି ଅକ୍ଷରଗୁଡାକ

ଦିଶୁଅଛି ପରା ମୋର ଆଖିକୁ ।


ଆଖିର ଯତ୍ନ ମୁଁ ନିଏ ସବୁବେଳେ

କରଇ ନିତି ପୌଷ୍ଟିକ ଆହାର

ଭିଟାମିନ-'ଏ' ଖାଦ୍ୟ ଭଲପାଏ

ସଜନା ଶାଗ ଅତି ପ୍ରିୟ ମୋର ।


ବାହାରକୁ ଗଲେ ଧୂଳି ଧୂଆଁ ପାଇଁ

ଚଷମା ସିନା ସୁରକ୍ଷା କବଚ

ମାତ୍ର ଲୋଡ଼ା କେବେ ପଡେ ନାହିଁ ମୋତେ

ପଢ଼ିବା ପାଇଁ ସେ ଚଷମାକାଚ ।


ଏବର ଯୁଗରେ ଚଷମା ଆଦର

ଆବାଳବୃଦ୍ଧବନିତା ପାଖରେ

ଏକ ଅଙ୍ଗ ପରି ରହିଛି ଯେମିତି

ତାହା ପରା ପ୍ରତିଟି ଜୀବନରେ ।


ଆଖିର ସମସ୍ଯା ସମାଧାନ ପାଇଁ 

ନିଜ ଦୃଷ୍ଟିଶକ୍ତି ପ୍ରକାର ଭେଦେ

ସରବେ ପିନ୍ଧନ୍ତି ଗଢ଼ାଇ ଚଷମା

ମନ ପରା ଆଶ୍ବାସନରେ ଭେଦେ ।


ଅବତଳ ଆଉ ଉତ୍ତଳ କାଚରେ

ଗଢ଼ା ହୁଅଇ ଚଷମା ଶରୀର

ଡାକ୍ତରଙ୍କ ପରାମର୍ଶ ଅନୁସାରେ

ହୋଇଥାଏ ଏହାର ବ୍ୟବହାର ।


ପିଲାଙ୍କ ମନକୁ ଆକୃଷ୍ଟ କରଇ

ରଙ୍ଗବେରଙ୍ଗର ଚଷମାଟିଏ

ସେଥିପାଇଁ ପରା ତୋ ମନ ପସନ୍ଦ

ସାଇତି ରଖିଛୁ କେତେଗୁଡି଼ଏ ।


ଯୁବକଯୁବତୀ ଆଦର କରନ୍ତି

କଳା ଚଷମାକୁ ଖରା ଦିନରେ

ବୟସ୍କ ବ୍ୟକ୍ତିଟି ଲଗାଏ ଏହାକୁ

ଆଖି ଅସ୍ତ୍ରୋପଚାର ହେବା ପରେ ।


ଆଖି ପାଇଁ ପରା ଦୁନିଆ ଦେଖନ୍ତି

ତା' ବିନା ସବୁ ଅନ୍ଧକାରମୟ

ନିଜ ପାଇଁ ରତ୍ନ ଭାବି ତାକୁ ଯତ୍ନ

ନେଉଥିଲେ ଜୀବନ ସୁଖମୟ ।


ମନେ ରଖିବୁ ତୁ ଚଷମା ମହତ୍ତ୍ଵ

ଆଜି କହିଲି ଯା' ତୋତେ ବୁଝାଇ

ଆଖିରେ ସମସ୍ୟା କେବେ ହେବ ନାହିଁ

ମୋ' ପରି ବୁଢ଼ା ହେଲେ ବି ତୁହି ।


Rate this content
Log in

Similar oriya poem from Inspirational