Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଦାଉ ସାଧୁଛି ବନ୍ୟା

ଦାଉ ସାଧୁଛି ବନ୍ୟା

1 min
352


ଶ୍ରାବଣ ଭାଦ୍ରବ ବେଉଷଣ ବେଳ

    ଦାଉ ସାଧିଲାଣି ବନ୍ୟା

କ୍ଷେତରେ ଭାଙ୍ଗୁଛି ସମୁଦ୍ର ଲହଡ଼ି

    ମନ ମାନୁ ନାହିଁ ଜମା ।


ଚାହିଁଛି କୃଷକ   ଚାହିଁଛି ଶ୍ରମିକ

    ପରିଶ୍ରମ ହେଲା ବୃଥା

କେମିତି ଚଳିବ  ବରଷକ ଯାକ

   ଭାବି ମନେ ଆସେ ବ୍ୟଥା ।


ଘର ଚାରିପଟେ   ଜଳର୍ଣ୍ଣବ ଘଟେ 

    ରାସ୍ତା ଘାଟେ ପାଣି ସୁଅ

ହୀରାକୁଦ କୁହେ ବିନ୍ଧୁଛି ମୋ ଦେହ

    ଛାନିଆଁ କାହିଁକି ହୁଅ ।


ନୋହିଲେ ଭାଙ୍ଗିବ ବନ୍ଧ ବାଡ ମୋର

    ଓଡ଼ିଶା ତ ଜୀବ ବୁଡି

ତଳ ମାଳିଆ ଯେ ମୋ ଭାଇ କୁଟୁମ୍ବ

   କେ ବେଳେ ମୋର ଭଗାରି ।


ଊଛୁଳା ନଦୀରେ କେତେ ବନ୍ଧ ଭାଙ୍ଗେ

    ଭାସି ଯାଏ ଘର ଦ୍ବାର

ଖୋଲା ଆକାଶରେ ଆଶ୍ରୟ ସ୍ଥଳରେ

    ଜନେ ହୋନ୍ତି କଲବଲ ।


ଲଘୁଚାପ ବର୍ଷା   ତୁହାକୁ ତୁହା ଯେ

    ପୁଣି ହୋଇଲା ଭଗାରି

ମଶା ଡାଆଁସରେ ଭୋକ ଉପାସରେ

    କେତେ ଆଉ ଧୈର୍ଯ୍ୟ ଧରି ।


ଆଠ ଦିନ ପୁଣି    ପାଣି ବୁଡ଼ିଲାଣି

    ଡ଼୍ୟାମରୁ ପାଣି ସରୁନି

ଛତିଶ ଗଡରେ   ପୁଣି ବର୍ଷା ହେବ

     ସତର୍କ ବାର୍ତ୍ତା ଦେଲେଣି ।


ବରଷା ହୋଇବ   ଛତିଶ ଗଡ଼ରେ

    ଭୋଗିବେ ଓଡ଼ିଶା ବାସି

ସରକାରଙ୍କର     ଅପାରଗ ପଣ

     ଜାଣିଲେଣି ଦେଶ ବାସି ।


କିଏ ସେ ହସୁଛି  କିଏ ଯେ କାନ୍ଦୁଛି

    କିଏ କେତେ ମିଛ ସତେ

ରାଜ କୋଷ ଖାଲି  ଆତ୍ମସାତ କରି

    ବାହାବା ମାରନ୍ତି କେତେ ।


ପନ୍ଦର ଦିନର   ଦେବେ ସରକାର

    ସାହାଯ୍ୟ କ୍ଷତିଗ୍ରସ୍ତଙ୍କୁ

ବରଷକ ପୁଣି    କେମିତି ଚଳିବ 

    କିଏ ଦେବ ଆଣି ତାଙ୍କୁ ।


ଦେଖେ ଜଳ ଜଳ   ଶ୍ରମିକ କୃଷକ

    ହାତ ମାଛ ଚିଲ ନିଏ

କେମିତି ଚଳିବ    କେମିତି ରହିବ

     ଭାବି ଭାବି ଦିନ ଯାଏ ।


Rate this content
Log in

Similar oriya poem from Inspirational