STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ଚିତ୍ତେ ଚେତନା ଚିନ୍ତି

ଚିତ୍ତେ ଚେତନା ଚିନ୍ତି

1 min
358

ଚିତ୍ତରୁ ଚିନ୍ତନ  ତହିଁରୁ ଚେତନ

   ଜଡଠାରେ ନାହିଁ ଶକ୍ତି

ଅନୁଭବୀ ପ୍ରାଣୀ ଚେତନାକୁ ମଣି

   ଆତ୍ମଜ୍ଞାନ ତହୁଁମୁକ୍ତି

   ଚେତା ପୁରୁଷ ଚିତ୍ତରେ

ମହତ ଚିନ୍ତନ   ଆଧ୍ୟାତ୍ମିକ ମାନ

   ଦେଉଥାଏ ପ୍ରସାଦରେ।

 

ମାନବ ଚେତନ ସର୍ବୋତ୍କୃଷ୍ଟ ମାନ

    ବିଦ୍ୟା ସହ ବୁଦ୍ଧିମତ୍ତା

ପାଇଗଲେ ସତ୍ତା  ଚିନ୍ତି ଜଗଜ୍ଜିତା

   ହୁଏ ସେ ଉମରମତା

    ହୋଇଯାଏ ମନମତ୍ତା

ପରମାତ୍ମା ସତ୍ତା  ମହା ବଳବନ୍ତା

    କରିବ ସିନା ହୀନସ୍ତା।


ଚେତନ ଚେତାଏ  ଭଲମନ୍ଦ କୁହେ

     ଆତ୍ମା ପୁରୁଷ ବିଳପେ

ତଥାପି ମାନବ   ଧନ ଦାରା ଦ୍ରବ୍ଯ

    ପଦ ପଦବୀ କଳପେ

     ଅଳୀକ ସମ୍ପଦ ପଦ

ଜୀବନ ଯୌବନ ସବୁ ତାଙ୍କ ଦାନ

     ନସୁମରେ ବିଭୁ ପାଦ।

    

ଚିତ୍ତେ ଚିନ୍ତାମଣି  ଚିନ୍ତ ଧନମଣି 

    ଧନମାନ କ୍ଷଣସ୍ଥାୟୀ

ଜଡରୁ ପୃଥକ  ରଖ ତା'ର ଟେକ

   ଆତ୍ମା ସିନା କଳଜୟୀ

   ମହାକୃର ସେହି କାଳ

ଝାମ୍ପିନେବା ଆଗୁ ଆହ୍ବାନ ସରଗୁ 

    ଚେତନକୁ ଦିଅ ବଳ।


ଅଇରି କଳ୍ପନା  କାଟିପକା ଡେଣା

     ଷଡୠପୁ ମହା ଅରି

କାମ କ୍ରୋଧ ଲୋଭ ମୋହ ମଦ ଭେଦ

    ମାତ୍ସର୍ଯ୍ୟ ପାରେ ଯେ ବାରି

    ସେହି ସିନା ମୃତ୍ୟୁଞ୍ଜୟ

ମୃତ୍ଯୁରେ ଅମୃତ  ସାଧନାରେ ରତ

    ଧରା ହୁଏ ସ୍ବର୍ଗ ପ୍ରାୟ।


ଚେତନ ଭାବରେ ଉଦବୁଦ୍ଧ କରେ

    ବିଷୟାଟି ବିଷ ପ୍ରାୟ

ଅସତ୍ୟ ଅନ୍ୟାୟ  ଭୀଷଣ ଅସହ୍ୟ

    ଚେତନ ଦିଏ ନିର୍ଣ୍ଣୟ

    ଦୁରାତ୍ମା ଚେତନାହୀନ

ଆତ୍ମାର ରୋଦନ କରେ ପ୍ରତ୍ୟାଖ୍ୟାନ 

     ନର୍କଗତି ଆବାହନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational