ଶଙ୍ଖା ସିନ୍ଦୂର
ଶଙ୍ଖା ସିନ୍ଦୂର
ସଜାଏ କନ୍ୟାକୁ କାହା ଘର ବଧୁ
ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା
ନିଜ ଘର ଛାଡି କର୍ମକୁ ଆଦରି
ନୂଆ ବନ୍ଧନରେ ହୁଅଇ ବନ୍ଧା ।
ନାରୀ ପାଇଁ ଶଙ୍ଖା ସିନ୍ଦୂରର ମୂଲ୍ୟ
ନିଜ ଜିବନଠୁ ମଣେ ମହଙ୍ଗା
ନାରୀର ସୌନ୍ଦର୍ଯ୍ୟ ଶଙ୍ଖା ଓ ସିନ୍ଦୂର
ତା ପାଇଁ ସର୍ବଦା ପବିତ୍ର ଗଙ୍ଗା ।
ହେଉ ମାଟି ଶଙ୍ଖା ହେଉ ସୁନା ଶଙ୍ଖା
ପବିତ୍ର ବନ୍ଧନେ ମୂଲ୍ୟ ତା ସମାନ
କା ପାଇଁ ସିନ୍ଦୂର ଖେଳର ଅବିର
ନାରୀ ସିନ୍ଥି ପାଇଁ ଅମୂଲ୍ୟ ଧନ ।
ପତିବ୍ରତା ନାରୀ ସ୍ବାମୀ ସେବା କରି
ସ୍ୱାମୀର ସଂକେତ ଆଭୂଷଣେ ବହି
ପରିଚୟ ଦିଏ କାର କୁଳ ବଧୁ
ସିମନ୍ତେ ସିନ୍ଦୂର ହସ୍ତେ ଶଙ୍ଖା ଦୁଇ ।
କୁଳ ସୁଲକ୍ଷଣା କୁଳ ଲକ୍ଷ୍ମୀ ଗଣା
ବଜାୟ ରଖେ ଯେ ସିନ୍ଦୂର ଶଙ୍ଖା
ଅଭାଗିନୀ ହୋଇ ଦିଏ ଯେ ହଜାଇ
ସମାଜ ଦିଅଇ ବିଧବା ଆଖ୍ୟା ।