Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

4  

Jagannath Das

Inspirational

ଲକ୍ଷ୍ମଣ ନାୟକ ଜିନ୍ଦାବାଦ

ଲକ୍ଷ୍ମଣ ନାୟକ ଜିନ୍ଦାବାଦ

1 min
377


ଭାରତର ତିକ୍ତ ଶତାବ୍ଦୀ ଗତେ

ଅତୀତ ବକ୍ଷେ ଲଭି

ସହୀଦ ଯୋଦ୍ଧା ତଵ ନାମେ ବାଜେ

ଡିଣ୍ଡିମ ଡିବି ଡିବି ।


ତଵ ନାମ ଆସେ ପାହାଡ଼ ସେପାରୁ

ମୌସୁମୀ ମାନେ ଭାସି

ତଵ ନାମେ ଗାଏ ଓଡିଶା ମାଆ

ସମୀରେ ଯାଏ ମିଶି ।


ଦୁର୍ବଳ ଉପରେ ପଶୁବଳୀ ଦଳ

ବହୁତ ଅତ୍ୟାଚାର କରେ

ନିଜ ମାଆ ପାଇଁ ସହୀଦ ହେଲ

ଅଭିମାନ ପ୍ରହାରରେ ।


ଦୁଃଖ ର ସାଗରେ ଢେଉ ରେ ଢେଉ ରେ

ସଂଗ୍ରାମ ଥିଲା ଜାରି

ନିଜ ମାଟି ମାଆ ର ପଣତ ପାଇଁ

ଗର୍ଜୁଥିଲ ଚିତ୍କାରି ।


କେହି ବଳବାନ ରଖିବ ନାହିଁ ରେ

ତଥାପି ଛାଡ଼ିଛି ଡାକ

ଦେଶ ମାତୃକାର ସ୍ୱାଧୀନ ପାଇଁକି

ଭୁଲିଅଛି ଭୋକ ଶୋକ ।


ସ୍ୱାଧୀନତା ପାଇଁ ଲଢେଇ କଲା ସେ

ଥିବା ଯାଏଁ ଶେଷ ଶ୍ୱାସ

ଶେଷ ରେ ସହୀଦ ହେଲା ସେ

ବ୍ରିଟିଶ କରିଲେ ଶେଷ ।


ଦେଶ ପାଇଁ ତମେ କରିଛ ଲଢେଇ

ନିଜ ଆତ୍ମ ବଳି ଦେଇ

ଝୁରୁଛୁ ଆଜିହେ ତୁମ୍ଭଙ୍କୁ ଆମ୍ଭେ ହେ

ଗୌରବର ଗାଥା ଗାଇ ।


ଲକ୍ଷ୍ମଣ ନାୟକ ଜିନ୍ଦାବାଦ ତୁମେ

ଓଡିଶାର ବରପୁତ୍ର

ନମୁଛେହେ ଆମେ ପାଦ ତଳେ ତୁମ୍ଭ

ମନରେ ନରଖି ଭ୍ରାନ୍ତ  ।


Rate this content
Log in

Similar oriya poem from Inspirational