STORYMIRROR

Chhabi rani Pati

Inspirational

3  

Chhabi rani Pati

Inspirational

ବିଶ୍ୱକପ

ବିଶ୍ୱକପ

1 min
120


ଆଉନାହିଁ ଏବେ     କ୍ରିକେଟ ସିଜିନ

          ବାରମାସି ହୁଏ ଖେଳ,

ଦଶଟି ଦେଶରୁ   ଭାରତ-ପାକିସ୍ତାନ

         ଯେପରି ଇଲିସି ଝୋଳ ।।

ଗରମା ଗରମି   ଦୁଇ ଦେଶ ମଧ୍ୟେ

          ପଡ଼ିଆଟା ଲାଗେ ସୀମା,

ନିଜକୁ ଭାବନ୍ତି   ଫାଇଟର ଖେଳାଳି

          ସବୁଠି ଫୁଟଇ ବୋମା ।।

କିଏ ଖୁସିରେ ମନାଏ ଅଦିନେ ଦିୱାଲି

           କାହାର ଫାଟଇ ମନ,

ଦେଶସାରା ଚାଲେ   ଜୁଆ,ବାଜିମରା

           ମାଫିଆ ଲୁଟନ୍ତି ଧନ ।।

କୁରୁକ୍ଷେତ୍ର ପରି        ଭ୍ରମ ସୃଷ୍ଟି ହୁଏ

           କୌରବ-ପାଣ୍ଡବ ସତେ,

ଉତୁରି ଉଠଇ     ଦେଶପ୍ରେମ ଭକ୍ତି

           ସତ ମତେ,ମିଛ ତତେ ।।

ଖେଳକୁ ନ'ନେଇ ଖେଳୁଆଡ଼ ଭାବେ

            କରନ୍ତି ବୋତଲ ମାଡ଼,

ହିରୋ ହେଲେ ଜିରୋ ତାଳିହୁଏ ଗାଳି

             ଦର୍ଶକ ହୁଅନ୍ତି ରଡ଼ ।।

କୌତୁହଳ ଭେଷେ     ଦର୍ଶକ ଆସନ୍ତି

             ଖେଳରେ ଯାଆନ୍ତି ମାତି,

କ୍ରିକେଟ ର ଜର    ଭାଇରାଲ ଫିବର

             ଚଉକା,ଛକାରେ ଭିଜି ।।

ମୋ'ଦେଶର ମୁହିଁ    ପ୍ରତିନିଧି ସାଜି

            କହୁଛି ନ'ରଖି ବାଜି,

ପ୍ରବଳ ଦାବିଦାର...   ଏ ' "ବିଶ୍ୱକପ"

             ଭାରତ ଝୋଲିରେ ଆଜି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational